• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜଳବାୟୁ ପରିବର୍ତ୍ତନ: ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର ନିର୍ଣ୍ଣାୟକ ହସ୍ତକ୍ଷେପ

by Voice of Victims
November 19, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା
ଜଳବାୟୁ ପରିବର୍ତ୍ତନ: ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର ନିର୍ଣ୍ଣାୟକ ହସ୍ତକ୍ଷେପ

ନୂଆଦିଲ୍ଲୀ: ଆଜରବାଇଜାନର ବାକୁଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର କପ୍‌-୨୯ରେ ‘୨୦୩୦ ପ୍ରାକ୍‌ ଆକାଂକ୍ଷା ଉପରେ ୨୦୨୪ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ରାଉଣ୍ଡଟେବୁଲ ଅବସରରେ ଭାରତ ଏକ ନିର୍ଣ୍ଣାୟକ ହସ୍ତକ୍ଷେପ କରିଛି। ଏହା କପ୍‌-୨୯ରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଉପରେ ସାମଗ୍ରିକ ପ୍ୟାକେଜ୍ ପାଇଁ ଦେଶର ଆଶା ଉପରେ ଆଧାରିତ ଥିଲା ଏବଂ ଶିଖର ସମ୍ମିଳନୀରେ ପ୍ରଶମନ ଫଳାଫଳକୁ ଆକାର ଦେବା ପାଇଁ ପ୍ରାସଙ୍ଗିକ କାର୍ଯ୍ୟର ଫଳାଫଳକୁ ଉପଯୋଗ କରିଥିଲା। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କିଛି ତଥ୍ୟ ଉଲ୍ଲେଖ କରି ଭାରତୀୟ ପ୍ରତିନିଧି ମଣ୍ଡଳର ଉପନେତା ଲିନା ନନ୍ଦନ କହିଛନ୍ତି ଯେ ୨୦୨୪ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଅବଦାନ (ଏନଡିସି) ସିନ୍ଥେସିସ୍ ରିପୋର୍ଟ ଅନୁଯାୟୀ, ୨୦୨୦ ରୁ ୨୦୩୦ ମଧ୍ୟରେ ସମୁଦାୟ ଅଙ୍ଗାରକାମ୍ଳ ନିର୍ଗମନ ଅବଶିଷ୍ଟ କାର୍ବନ ବଜେଟର ୮୬ ପ୍ରତିଶତ ବ୍ୟବହାର କରିବାର ସମ୍ଭାବନା ରହିଛି। ତେଣୁ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମର ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ୨୦୩୦ ପୂର୍ବ ଅବଧି ଏକ ସୁଯୋଗ। ବିଶ୍ୱ ଜଳବାୟୁ କାର୍ଯ୍ୟକୁ ବଢ଼ାଇବା ପାଇଁ ଏହା ଏକ ସୁଯୋଗ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅର୍ଥବ୍ୟବସ୍ଥା ଆଧାରିତ ନିର୍ଗମନ ହ୍ରାସ କ୍ଷେତ୍ରରେ ନେତୃତ୍ୱ ନେବାକୁ ବାଧ୍ୟ ଥିବା ପକ୍ଷଗୁଡ଼ିକର ସାହସିକ ପଦକ୍ଷେପ ଉପରେ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟଭିତ୍ତିକ ଆଭିମୁଖ୍ୟ ନିର୍ଭର କରେ ବୋଲି ଭାରତ ଦୃଢ଼ୋକ୍ତି ପ୍ରକାଶ କରିଛି। ବିକଶିତ ଦେଶମାନଙ୍କ ଦ୍ୱାରା ନେଟ୍-ଜିରୋ ଲକ୍ଷ୍ୟ ହାସଲ କରିବା ଏହି ଗୁରୁତ୍ୱପୂର୍ଣ୍ଣ ଦଶନ୍ଧି ଏବଂ ଆଗାମୀ ଦଶନ୍ଧିରେ ଏକ ଅଧିକ ସ୍ଥାୟୀ ଏବଂ ସ୍ଥିର ବିଶ୍ୱ ପାଇଁ ଭିତ୍ତିଭୂମି ସ୍ଥାପନ କରିବ। ଭାରତର ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଥିରେ ନ୍ୟାୟସଂଗତ ଏବଂ ସମାନ କିନ୍ତୁ ସ୍ପଷ୍ଟ ରୂପେ ବିଭାଜିତ ଉତ୍ତରଦାୟିତ୍ୱ ଏବଂ ସମ୍ପୃକ୍ତ କ୍ଷମତା (ସିବିଡିଆର-ଆରସି), ବିଜ୍ଞାନ, ନୀତି ଏବଂ ଅଭ୍ୟାସରେ ଜଳବାୟୁ ନ୍ୟାୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ୨୦୨୦ ପୂର୍ବ ବ୍ୟବସ୍ଥାର ପ୍ରଶମନ କାର୍ଯ୍ୟର ବିଫଳତା ଉପରେ ବୋଝ ହେବେ ନାହିଁ ଏବଂ ଜଳବାୟୁ ସମାଧାନ ଉଭୟ ପ୍ରଭାବଶାଳୀ ଓ ନ୍ୟାୟସମ୍ପନ୍ନ ହେବ।

ବିଶ୍ବ ଜଳବାୟୁ କାର୍ଯ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଭାରତ ଆଲୋକପାତ କରିଛି, ଯାହାର ପକ୍ଷମାନେ ଧ୍ୟାନ ଦେବା ଆବଶ୍ୟକ:

୧) ପ୍ରତିବନ୍ଧକ ଏବଂ କଟକଣା ମୁକ୍ତ ଜ୍ଞାନକୌଶଳ ହସ୍ତାନ୍ତର ମାଧ୍ୟମରେ ଅଭିନବ କାର୍ଯ୍ୟକୁ ବ୍ୟାପକ କରିବାର ଆବଶ୍ୟକତା:

  • ଏକ ନିମ୍ନ କାର୍ବନ ଅର୍ଥବ୍ୟବସ୍ଥା ଆଡ଼କୁକୁ ପରିବର୍ତ୍ତନ କରିବା ପାଇଁନୂତନ ଜ୍ଞାନକୌଶଳ ଓ ସମାଧାନର ଆବଶ୍ୟକତା ରହିଛି । ତେବେ ସ୍ୱଚ୍ଛ ଶକ୍ତି, କାର୍ବନ ଅପସାରଣ ଇତ୍ୟାଦି କ୍ଷେତ୍ରରେ ନବସୃଜନ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ବ୍ୟାପକତାକୁ ବିସ୍ତାର ଏବଂ ହସ୍ତାନ୍ତର କରିବାରେ ପ୍ରତିବନ୍ଧକ ରହିଛି।
  • ସବୁଜ ଜ୍ଞାନକୌଶଳ ପାଇଁବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) ପ୍ରତିବନ୍ଧକ ବିନା ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତରର ଗୁରୁତ୍ୱ ଉପରେ ଭାରତ ଦୃଷ୍ଟି ଆକର୍ଷଣ କରିଛି ଏବଂ ଆମେ ଆଇପିଆର ପ୍ରତିବନ୍ଧକକୁ ଅତିକ୍ରମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉଛୁ ।
  • କପ୍‌୨୯ ବିକାଶଶୀଳ ଦେଶଗୁଡ଼ିକରେ ପ୍ରଯୁକ୍ତି ବିଦ୍ୟାର ନିୟୋଜନ ଉପଯୋଗ ଉପରେ ଠୋସ୍ ଏବଂ ଅର୍ଥପୂର୍ଣ୍ଣ ଫଳାଫଳ ସହିତ ଆସିବା ଉଚିତ୍ ।
  • ଜ୍ଞାନକୌଶଳ କାର୍ଯ୍ୟକାରିତା କାର୍ଯ୍ୟକ୍ରମ ସୁଲଭ, ଉପଯୋଗୀ ଏବଂ ସ୍ଥାନୀୟ ସ୍ତରରେ ପ୍ରାସଙ୍ଗିକ ଜ୍ଞାନକୌଶଳ ଉପଲବ୍ଧ କରାଇବା ଦ୍ୱାରା ପ୍ରଯୁକ୍ତି ବିଦ୍ୟା ନିୟୋଜନରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବାରେ ସକ୍ଷମ ହେବା ଉଚିତ୍ ।

୨)ଜଳବାୟୁ ପାଣ୍ଠିଯୋଗାଣ କାର୍ଯ୍ୟକୁ ସକ୍ଷମ ଓ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ଭୂମିକା ନିର୍ବାହ:

ପ୍ୟାରିସ୍ ଚୁକ୍ତିର କାର୍ଯ୍ୟକାରିତା ଦିଗରେ ଅଗ୍ରଗତିର ପ୍ରଥମ ବୈଶ୍ୱିକ ଷ୍ଟକଟେକ୍ ଦର୍ଶାଇଛି ଯେ ଜଳବାୟୁ କାର୍ଯ୍ୟ ପାଇଁ ଅର୍ଥ ଯୋଗାଣରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନ ରହିଛି, ବିଶେଷକରି ବିକାଶଶୀଳ ଦେଶମାନଙ୍କରେ।

  • ସ୍ୱଚ୍ଛ ଶକ୍ତି, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ଏବଂ ଅନୁକୂଳ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରିଲିୟନ ଡଲାର ର ଆବଶ୍ୟକତା ରହିଛି ।
  • ଜଳବାୟୁ ଅର୍ଥଲଗାଣ ସୁନିଶ୍ଚିତ କରିବା ଉଚିତ ଯେ ବିକାଶଶୀଳ ଦେଶମାନଙ୍କ ଦ୍ୱାରା ପ୍ରତିଶ୍ରୁତିବଦ୍ଧ ସର୍ବନିମ୍ନ ଖର୍ଚ୍ଚ ବିକାଶ ମାର୍ଗରୁ ବିଚ୍ୟୁତି ବିକଶିତ ଦେଶମାନଙ୍କର ସାର୍ବଜନୀନ ଜଳବାୟୁ ଅର୍ଥ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ପୂରଣ ହେବ। ଏପରି ନ କରିବା ଦ୍ୱାରା ବିକାଶଶୀଳ ଦେଶମାନଙ୍କର ଲୋକମାନଙ୍କୁ ଅତିରିକ୍ତ କ୍ଷତି ସହିବାକୁ ପଡୁଛି, ଯେଉଁମାନେ ପ୍ରଥମେ ସମସ୍ୟା ସୃଷ୍ଟି ନକରି ଅନ୍ୟଥା ଜଳବାୟୁ ପରିବର୍ତ୍ତନର ପ୍ରଭାବର ସମ୍ମୁଖୀନ ହେଉଛନ୍ତି।
  • ଜଳବାୟୁ ପାଣ୍ଠିଯୋଗାଣ ପାଇଁକପ୍‌୨୯ ଏକ ମାଇଲଖୁଣ୍ଟ କାର୍ଯ୍ୟକ୍ରମ ଅଟେ । ଯଥେଷ୍ଟ ଆର୍ଥିକ ସମ୍ବଳ ଯୋଗାଇବା ପାଇଁ ବିକଶିତ ରାଷ୍ଟ୍ରମାନଙ୍କର ଦୀର୍ଘ ଦିନର ପ୍ରତିଶ୍ରୁତି ଏବଂ ଏଭଳି ଜଳବାୟୁ ଅର୍ଥ ସମାନ ଏବଂ ଉପଲବ୍ଧ ବୋଲି ଏହା ସୁନିଶ୍ଚିତ କରିବା ଉଚିତ୍ ।

୩) ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି:

  • ପ୍ରାକ୍‌-୨୦୩୦ ଆକାଂକ୍ଷାକୁ ଖର୍ଚ୍ଚ ପ୍ରଭାବୀ ଓ ବ୍ୟାପକ ପ୍ରଶମନ ଅବସର ଚିହ୍ନଟ ଭଳି ସକାରାତ୍ମକ ଓ ମାପନ ଯୋଗ୍ୟ ପରିଣାମ ସନ୍ଦର୍ଭରେ ଅନ୍ତର୍ଜାତୀୟ ସହଯୋଗକୁ ବଢ଼ାଇବାର ଆବଶ୍ୟକତା ରହିଛି ।
  • ତଥାପି ଅନ୍ତର୍ଜାତୀୟ ସହଯୋଗ ଅସମାନ ରହିଛି, କେତେକ ଦେଶ ଏକତରଫା ପଦକ୍ଷେପ ଗ୍ରହଣ କରିବା ଫଳରେ ପ୍ରଶମନ କାର୍ଯ୍ୟର ଆର୍ଥିକ ବୋଝ ବିକାଶଶୀଳ ରାଷ୍ଟ୍ରମାନଙ୍କ ଉପରେ ପଡ଼ିଛି।
  • ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏଭଳି ଏକତରଫା ବାଣିଜ୍ୟ ପଦକ୍ଷେପ ଯୋଗୁଁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଉପରେ ନକାରାତ୍ମକ ପ୍ରଭାବକୁ ସ୍ୱୀକାର କରିବାର ଆବଶ୍ୟକତା ରହିଛି ।

୪) ପାରସ୍ପରିକ ବିଶ୍ୱାସ

ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ଲଢେଇରେ ପାରସ୍ପରିକ ବିଶ୍ୱାସକୁ ମୁଖ୍ୟ କାରଣ ଭାବରେ ଆଲୋକପାତ କରି ଭାରତ ଦୃଢ଼ୋକ୍ତି ପ୍ରକାଶ କରିଛି ଯେ ଏହି କପ୍‌ ର ସଫଳତା ସୁନିଶ୍ଚିତ କରିବା ଏବଂ ୨୦୩୦ ସୁଦ୍ଧା ଜଳବାୟୁ ଅଭିଳାଷରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବା ପାଇଁ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ବିକଶିତ ଦେଶମାନଙ୍କ ପାଇଁ ଏହା ଏକ ସୁଯୋଗ । ଭାରତ ଦର୍ଶାଇଛି ଯେ ୨୦୨୪ ଏନଡିସି ସିନ୍ଥେସିସ୍ ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଏକ ନକରାତ୍ମକ ଚିତ୍ରଣ କରେ ନାହିଁ। ୧୯୫ଟି ଦଳ ସେମାନଙ୍କର ଏନଡିସି ଦାଖଲ କରିଥିବା ବେଳେ ୧୮୦ଟି ଦଳ ସେମାନଙ୍କୁ ଅପଡେଟ୍ କରିଛନ୍ତି। ୨୦୧୯ ତୁଳନାରେ ୨୦୩୦ରେ ସମୁଦାୟ ବିଶ୍ୱସ୍ତରୀୟ ଜିଏଚଜି ନିର୍ଗମନ ପ୍ରାୟ ୨.୬ ପ୍ରତିଶତ କମ୍ ହେବ ବୋଲି ଆକଳନ କରାଯାଇଛି, ଯାହା ୨୦୩୦ ପୂର୍ବରୁ ବିଶ୍ୱବ୍ୟାପୀ ନିର୍ଗମନ ଶୀର୍ଷରେ ପହଞ୍ଚିବାର ସମ୍ଭାବନାକୁ ସୂଚାଇଥାଏ। ଆସନ୍ତା ବର୍ଷ ପରବର୍ତ୍ତୀ ଏନଡିସି ହେବାକୁ ଥିବାରୁ ଏହି ସଂଖ୍ୟାରେ ଆହୁରି ଉନ୍ନତି ଆସିପାରିବ। ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିବା ପାଇଁ ସବୁ ଦଳ ଏକାଠି ହୋଇଛନ୍ତି ବୋଲି ଅନୁମାନ କରିବା ନିରାପଦ ହେବ। ତେବେ ପାଣ୍ଠିଯୋଗାଣ ସଂକ୍ରାନ୍ତ ଏହି ଗୁରୁତ୍ୱପୂର୍ଣ୍ଣ କପ୍‌ରେ ଉଲ୍ଲେଖ କରାଯାଇଛି ଯେ, ଏହି ପରମ ସୀମାରେ ପହଞ୍ଚିବା ପାଇଁ ଏନଡିସିଗୁଡ଼ିକର ସର୍ତ୍ତମୂଳକ ଉପାଦାନଗୁଡ଼ିକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଏହା ମୁଖ୍ୟତଃ ବର୍ଦ୍ଧିତ ଆର୍ଥିକ ସମ୍ବଳ, ପ୍ରଯୁକ୍ତି ହସ୍ତାନ୍ତର ଓ ବୈଷୟିକ ସହଯୋଗ ଏବଂ ଦକ୍ଷତା ବିକାଶ ସହାୟତା ତଥା ବଜାର ଭିତ୍ତିକ ବ୍ୟବସ୍ଥାର ଉପଲବ୍ଧତା ଉପରେ ନିର୍ଭର କରିଥାଏ ।

Post Views: 49
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In