• About Us
  • Contact Us
Tuesday, February 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼

by Voice of Victims
February 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼

ଭୁବନେଶ୍ୱର : ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ୨୫୦ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି ମୋହନ ସରକାର । ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧିକ ୨୫୦ ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।  ଏଥିରେ ବିମାନବନ୍ଦର ନିମନ୍ତେ ୫ ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।

ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓଡ଼ିଶାରେ ୨୦୧୩ ମାର୍ଚ୍ଚ ୫ ତାରିଖ ଦିନ ଆରମ୍ଭ ହୋଇଥିଲା, ଏବଂ ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛି ।  ଏଥିରେ ୪୪୯ଟି ବେସିକ ଲାଇଫ ସପୋର୍ଟ(BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍‌ଭାନ୍‌ସ୍‌ ଲାଇଫ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଏହିସବୁ ଆମ୍ବୁଲାନ୍ସ ଦ୍ବାରା ଜନସାଧାରଣଙ୍କୁ ହସ୍ପିଟାଲ ଯିବା ନିମନ୍ତେ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।

ଏହା ସହିତ, ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍ ସେବା ମାଧ୍ଯମରେ ପ୍ରତିଦିନ ହାରାହାରି ୫୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଦିଆଯାଉଛି ।  ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେବାରେ ସମ୍ମିଳିତ କରିବା ଦ୍ବାରା ପୁରୁଣା ଆମ୍ବୁଲାନ୍ସ ଗୁଡ଼ିକର ପରିବର୍ତ୍ତନ କରି ଆମ୍ବୁଲାନ୍ସ ସେବାର ପ୍ରତିକ୍ରିୟା ସମୟ କମାଯାଇ ପାରିବ; ଏବଂ, ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାକୁ ସାକାର ରୂପ ଦିଆଯାଇପାରିବ ।

ଅନ୍ୟପଟେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ – ସ୍ୱାସ୍ଥ୍ୟ ଦକ୍ଷତା ପ୍ରତିପାଦନ କରି, ଆମ୍ବୁଲାନ୍ସ ଭୂମିକା ସୁନିଶ୍ଚିତ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରଯାଇଛି ।  ପୁରୁଣା ଆମ୍ବୁଲାନ୍ସର ନବୀକାରଣ ଜରୁରୀ ଥିଲା ।  ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ପ୍ରତି ବ୍ଲକ୍, ଜିଲ୍ଲା, CHC, ସହ ଯୋଗାଯୋଗ କରିବ ।  ଯାହା ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଯାହା ଆବଶ୍ୟକ ତାହା କାର୍ଯ୍ୟକାରି କରିବେ ସରକାର । ଆଶା କରୁଛି ରୋଗୀଙ୍କ ସାହାଯ୍ୟ ସମୟାର ଏହା ସହାୟକ ହେବ ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ
  • ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା
  • ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍
  • ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼
  • ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In