ବାଲେଶ୍ୱର (ଭିଓଭି) ୨୧/୧ ; – ବାଲେଶ୍ଵର ଜିଲ୍ଲା ରେମୁଣା ର ପୁରୁଷୋତ୍ତମପୁର ଗ୍ରାମ ଠାରେ ଜିଲ୍ଲା କୋୟର ବୋର୍ଡ଼ ତରଫରୁ ୨୦ ଜଣ ମହିଳା ଙ୍କୁ ନେଇ ଏକ ଦୁଇମାସିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ୱ।ର୍ଡକାଉନସିଲର ଶିବଶଙ୍କର ରାୟ ଉଦ୍ ଘାଟନ କରିଥିଲେ । ମହିଳା ମାନେ ନଡ଼ିଆ କତାର ତାଲିମ ନେଇ ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାରର ଛୋଟ ଛୋଟ ଆବଶ୍ୟକତା ପୂରଣ କରିପାରିବେ ବୋଲି ଶ୍ରୀଯୁକ୍ତ ରାୟ ତାଙ୍କ ବକ୍ତବ୍ୟରେ କହିଲେ ।

ବିଭାଗ ର କର୍ମଚାରୀ କୈଳାସ ଚନ୍ଦ୍ର ବେହେରା, ଆଶିଷ କୁମାର ସ୍ବାଇଁ , ଟ୍ରେନର ଅପିସ୍ମିତା ଦାସ , ପୂର୍ବତନ ୱ।ର୍ଡ ସଭ୍ୟ ନରେନ୍ଦ୍ର ବେହେରା , ମା ଦୁର୍ଗେଶ୍ୱରୀ ଉତ୍ପାଦକ ଗୋଷ୍ଠୀ ର ସଭାନେତ୍ରୀ ହାଁସୀମଣି ମହାରଣା , କୋଷାଧ୍ୟକ୍ଷ ଦୀପ୍ତି ଦାସ , ଏମ୍ ବି କେ ଅନ୍ନପୂର୍ଣ୍ଣା ବେହେରା , ବ୍ୟାଙ୍କ ମିତ୍ର ମଞ୍ଜୁଶ୍ରୀ ମହାନ୍ତି , ସମାଜସେବୀ କମଳାକାନ୍ତ ଦାସ ଉପସ୍ଥିତ ଥିଲେ । ପରେ ମହିଳା ମାନଙ୍କୁ ଚରଖା ସାହାଯ୍ୟ ରେ ନଡ଼ିଆ କତାର ଦଉଡ଼ି ତିଆରି ଶିଖାଗଲା ।
