• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସାଇବର ଅପରାଧୀଙ୍କ ଟାର୍ଗେଟରେ କର୍ଣ୍ଣେଲ ସୋଫିଆ କୁରେଶୀ, ବଦନାମ କରିବା ଷଢଯନ୍ତ୍ରର ପର୍ଦ୍ଦାଫାର୍ସ

by Voice of Victims
May 14, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସାଇବର ଅପରାଧୀଙ୍କ ଟାର୍ଗେଟରେ କର୍ଣ୍ଣେଲ ସୋଫିଆ କୁରେଶୀ, ବଦନାମ କରିବା ଷଢଯନ୍ତ୍ରର ପର୍ଦ୍ଦାଫାର୍ସ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ସାଇବର ଅପରାଧୀମାନେ ବେଶ ସକ୍ରିୟ ହୋଇପଡିଛନ୍ତି। ଭାରତରେ ସମସ୍ୟା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସାଇବର ଆକ୍ରମଣର ସଦ୍ୟତମ ଉଦାହରଣ ଧରାପଡିଛି। ସାମାଜିକ ଗଣମାଧ୍ୟମ  X ରେ ଏକ ପୋଷ୍ଟ ଦାବି କରିଛି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସମର୍ଥକମାନେ କର୍ଣ୍ଣାଟକର ବେଲାଗାଭିରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପାରିବାରିକ ଘରେ ଭଙ୍ଗାରୁଜା କରିଛନ୍ତି। ଯାହା ସଂପୂର୍ଣ୍ଣ ମିଛ ଥିଲା।

ପୋଲିସର ଚେତାବନୀ ପରେ, ପୋଷ୍ଟଟି ଡିଲିଟ୍ କରିଦିଆଯାଇଛି। ପୋଷ୍ଟ କରିଥିବା X ପ୍ରୋଫାଇଲର ନାମ ହେଉଛି “ଅନିସ ଉଦ୍ଦିନ” ଏବଂ ସ୍ଥାନ କାନାଡା ବୋଲି ଉଲ୍ଲେଖ କରାଯାଇଛି। ପ୍ରୋଫାଇଲଟି 405 ହ୍ୟାଣ୍ଡେଲ ଏବଂ 31 ଫଲୋଅର ଅଛନ୍ତି। ଅଧିକାଂଶ ପୋଷ୍ଟ ପାକିସ୍ତାନକୁ ସମର୍ଥନ କରି ପୋଷ୍ଟିଂ କରାଯାଇଛି। କଭର ଇମେଜରେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର-ଜେନେରାଲ ମହମ୍ମଦ ଅଲି ଜିନ୍ନା, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ଅନ୍ୟାନ୍ୟ ଉଚ୍ଚ ପାକିସ୍ତାନୀ ପ୍ରତିରକ୍ଷା ଅଧିକାରୀଙ୍କ ଫଟୋ ରହିଛି।

ଏହି ପୋଷ୍ଟରେ କୁହାଯାଇଥିଲା ଯେ, କର୍ଣ୍ଣାଟକର ବେଲାଗାଭିରେ ସୋଫିଆଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜିନିଷପତ୍ର ଫିଙ୍ଗାଯାଇଥିବା ଏକ ଭଙ୍ଗା କୋଠରୀର ଫଟୋ ଯୋଡାଯାଇଛି। ପୋଲିସ ପୋଷ୍ଟଟି ଦେଖିବା ମାତ୍ରେ, ଏକ ଦଳ ବେଲାଗାଭିର ଗୋକାକରେ କର୍ଣ୍ଣେଲ କୁରେଶୀଙ୍କ ପରିବାର ଘର ନିକଟକୁ ଯାଇଥିଲେ। ହେଲେ ସେଠାରେ ସବୁକିଛି ସ୍ୱାଭାବିକ ଥିବା ଜଣାପଡ଼ିଥିଲା।

Post Views: 86
Share198Tweet124Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In