• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଖୁବ୍‌ଶୀଘ୍ର ମିଳିବ କ୍ଷତିପୂରଣ: ଯୋଗାଣ ମନ୍ତ୍ରୀ

by Voice of Victims
December 28, 2024
in ମୁଖ୍ୟ ଖବର, ରାଜ୍ୟ
ଖୁବ୍‌ଶୀଘ୍ର ମିଳିବ କ୍ଷତିପୂରଣ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅଦିନିଆ ବର୍ଷାରେ କ୍ଷତି ସହିଥିବା କୌଣସି ଚାଷୀ ବିବ୍ରତ ହୁଅନ୍ତୁ ନାହିଁ । କ୍ଷତି ବାବଦରେ ସେମାନଙ୍କୁ ଅର୍ଥରାଶି ମିଳିବ । ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ତୁରନ୍ତ ଆକଳନ କରିବେ । ଯାହାର ଯାହା କ୍ଷତି ହୋଇଛି, ସେ ସମ୍ପର୍କରେ ରିପୋର୍ଟ ଦେବେ । ଚାଷୀମାନଙ୍କ ଅର୍ଥରାଶି ଆମେ ଦେବୁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।  ମନ୍ତ୍ରୀ କହିଛନ୍ତି, ଏଫ୍‌ଏକ୍ୟୁ ମାନ ଉପରେ ଆମେ ବୁଝାମଣା କରିପାରିବୁନି । କେନ୍ଦ୍ରର ନିର୍ଦ୍ଦେଶ ରହିଛି, ଏଫଏକ୍ୟୁ ମାନ ଉପରେ ଆମେ ବୁଝାମଣା କଲେ ଏଫ୍‌ସିଆଇ ଚାଉଳ ନେବନି । ଯେଉଁମାନଙ୍କର କ୍ଷତି ହୋଇଛି, ସେ କ୍ଷତି ବାବଦରେ ରାଜ୍ୟ ସରକାର ପଇସା ଦେବେ । ଏଫଏକ୍ୟୁ ମାନ ଯେତେ ପର୍ୟ୍ୟନ୍ତ ଚଳାଇ ଯାଇପାରିବ, ତାହା ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇ କରିପାରିବେ । ମଣ୍ଡିର ଅବଧି ମାର୍ଚ୍ଚ ପର୍ୟ୍ୟନ୍ତ ରହିଛି । ଜାନୁଆରୀ, ଫେବ୍ରୁଆରୀ ଓ ମାର୍ଚ୍ଚ ୩ ମାସ ଅଛି । ଯେଉଁ ବନ୍ଧୁମାନଙ୍କର ଧାନ ଘରେ ଅଛି, ତାହା ଭଲ ଭାବେ ଘୋଡ଼ାଇ ରଖନ୍ତୁ । ପାଗ ଭଲ ଦେବା ପରେ ଶୁଖାଇ, ଝାଡ଼ି ଆଣି ଦିଅନ୍ତୁ । ତାହା ହେଉଛି ଏଫଏକ୍ୟୁ ମାନ। ଜିଲ୍ଲାପାଳମାନଙ୍କୁ ମଣ୍ଡି ଅବଧି ୧୫ ଦିନ ବଢ଼ାଇବା ନେଇ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ସେମାନେ ଚାହିଁଲେ ବଢ଼ାଇପାରିବେ । କାହାର ବି ଟୋକନ୍‌ କୋହଳ କରିବାକୁ ସେମାନଙ୍କୁ କ୍ଷମତା ଦିଆଯାଇଛି । ସରକାର ଯେତେ ସମ୍ଭବ, ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । 

Post Views: 55
Share200Tweet125Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ
  • ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି
  • ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ, ସଜେଇ ହୋଇଛି ରାଜଧାନୀ
  • ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରା; ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In