• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

by Voice of Victims
August 28, 2024
in ମୁଖ୍ୟ ଖବର, ରାଜ୍ୟ
ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: କୁଡୁମୀ ସମାଜକୁ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜର ଜଣାଶୁଣା ନାରୀ ନେତ୍ରୀ ତଥା ନବ ନିର୍ବାଚିିତ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଛବି ମଲ୍ଲିକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ଶ୍ରୀମତୀ ପୂର୍ଣ୍ଣିମା କେରକେଟା ପ୍ରମୁଖ ନେତୃବୃନ୍ଦ ଶ୍ରୀ ମହନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟରେ ବିଜେପି ଶକ୍ତିଶାଳୀ ହେଉଛି। ରାଜ୍ୟସଭାରେ ଓଡିଶାରୁ ବିଜେପି ତରଫରୁ ପ୍ରତିନିଧିତ୍ୱ କରୁଥିବା ସାଂସଦଙ୍କ ସଂଖ୍ୟା ୧ ରୁ ୨ କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ବିଜେପିର ଏବେ “ଡବଲ ଇଞ୍ଜନ ସରକାର” ଥିବାରୁ ବିକଶିତ ଓଡ଼ିଶା ଏବଂ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାର ସାମୁଗ୍ରିକ ଓ ସମନ୍ୱିତ ବିକାଶ ମୋର ପ୍ରାଥମିକତା ବୋଲି ଏହି ଅବସରରେ ଶ୍ରୀମତୀ ମହନ୍ତ କହିଛନ୍ତି। ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଦେବା ସହ ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ବିଜେପିର ସାଧାରଣ କାର୍ଯ୍ୟକର୍ତା ଭାବେ ମନପ୍ରାଣ ଦେଇ କାମ କରିବେ ବୋଲି ଶ୍ରୀମତୀ ମହନ୍ତ କହିଛନ୍ତି ।

Post Views: 78
Share199Tweet125Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In