ସତ୍ୟବାଦୀ(ଭିଓଭି): ଗତ ୧୫-୦୪-୨୫ ରିଖରେ ସତ୍ୟବାଦୀରେ ଗଲା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମନୋଜ ରଥଙ୍କ ନେତୃତ୍ୱରେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ମହିଳା ଚାଲାଣ ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ ମଶାଲ ଶୋଭାଯାତ୍ରା
ଆଜି ସଂଧ୍ୟା ୬ ଘଟିକା ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ମହିଳା ଚାଲାଣ, ଗଣ ଦୁଷ୍କର୍ମ, ବଳାତ୍କାର , ତଷ୍କରି ଆଦି କାର୍ଯ୍ୟ ବିରୁଦ୍ଧରେ ସ୍ବର ଉତ୍ତୋଳନ ପାଇଁ ସତ୍ୟବାଦୀ ରେ ପ୍ରତିବାଦ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | କଂଗ୍ରେସ ନେତା ମନୋଜ ରଥଙ୍କ ନେତୃତ୍ୱରେ ଶହ ଶହ ମହିଳା, ଯୁବ, ଛାତ୍ର, ପଛୁଆ ବର୍ଗ ତଥା ଦଳିତ ବର୍ଗର ସମସ୍ତ ନେତା ଓ କର୍ମୀ ଙ୍କୁ ନେଇ ଶ୍ରୀ ରଥ ଗୋପାଳଜିଙ୍କ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରାରେ ବଜାର ଅତିକ୍ରମ କରି ବସ ଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖାଙ୍କ ମୂର୍ତ୍ତି ନିକଟରେ ପହଂଚି ଥିଲେ ।
ଏହି ପ୍ରସଙ୍ଗରେ ବିଧାନସଭା ଘେରାଉ ସଫଳତାର ସହ ହେବା ପରେ ମଧ୍ୟ ରାଜ୍ୟ ସରକାର ଏଥିନେଇ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସାରା ରାଜ୍ୟରେ କଂଗ୍ରେସ ତରଫରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି |
