ଭୁବନେଶ୍ୱର: ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ଅଭିଯୋଗରେ କଂଗ୍ରେସ ପକ୍ଷରୁ ଏହି ଘେରାଉ କରାଯିବ।
ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ। କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏ ନେଇ ଚିଠି ଲେଖିଥିଲେ। ଅପରପକ୍ଷରେ ଏଥିସହିତ କଂଗ୍ରେସ ସଂଗଠନର ଓ ଆଗାମୀ କାର୍ଯ୍ୟକ୍ରମ କ’ଣ ହେବ ତାକୁ ନେଇ ନିଷ୍ପତ୍ତି ହୋଇଛି।
