• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଲୋକସଭା ନିର୍ବାଚନରେ ୨୯୧ ଆସନରେ ଏକାକୀ ଲଢ଼ିବ କଂଗ୍ରେସ

by Voice of Victims
December 31, 2023
in ଦେଶ ବିଦେଶ, ମୁଖ୍ୟ ଖବର
ଲୋକସଭା ନିର୍ବାଚନରେ ୨୯୧ ଆସନରେ ଏକାକୀ ଲଢ଼ିବ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପୂର୍ବରୁ ଶୁକ୍ରବାର-ଶନିବାର (ଡିସେମ୍ବର ୨୯-୩୦) କଂଗ୍ରେସର ଜାତୀୟ ମେଣ୍ଟ କମିଟି ମାରାଥନ୍ ଆଲୋଚନା କରିଥିଲା। ଏଥିରେ ଦଳ ୧୦ଟି ରାଜ୍ୟର ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତାଙ୍କୁ କହିଛି ଯେ ଦଳ ଏକାକୀ ୨୯୧ଟି ଆସନରେ ଲଢ଼ିବ ଏବଂ ୯ଟି ରାଜ୍ୟରୁ ୮୫ଟି ଆସନ ଇଣ୍ଡି ମେଣ୍ଟରୁ ଦାବି କରାଯିବ। କମିଟି ବୈଠକରେ ବିହାର, ବଙ୍ଗଳା, ଝାଡ଼ଖଣ୍ଡ, ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ, କେରଳର ନେତାମାନଙ୍କୁ କୁହାଯାଇଛି ଯେ ଲୋକସଭାର ଚିତ୍ରକୁ ଦୃଷ୍ଟିରେ ରଖି ଇଣ୍ଡି ମେଣ୍ଟରେ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।ମେଣ୍ଟ ଦଳମାନଙ୍କ ସହ ସମନ୍ୱୟ ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି। ଏହା ଅନୁଯାୟୀ ଗତ ନିର୍ବାଚନରେ ଯେଉଁ ସଂସଦୀୟ ଆସନରେ କଂଗ୍ରେସ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ, ସେଠାରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। ୨୦୧୪ ପରେ ହୋଇଥିବା ଦୁଇଟି ସଂସଦୀୟ ଓ ବିଧାନସଭା ନିର୍ବାଚନର ଫଳାଫଳକୁ ଆଧାର କରି ଦଳ ଆସନ ମାଗିବ।
ଉତ୍ତର-ପୂର୍ବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ଟି ଆସନ। ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ହରିୟାଣା, ହିମାଚଳ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନର ସମସ୍ତ ଆସନ ଏବଂ ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ୨୨ଟି ଆସନ ରହିଛି।
ଏହି ସବୁ ରାଜ୍ୟରେ ମେଣ୍ଟ: ଆସନ ଉପରେ ଦାବି
ବିହାର ୯
ଦିଲ୍ଲୀ ୫
ପଞ୍ଜାବ ୮
ତାମିଲନାଡୁ ୧୦
ୟୁପି ୧୦
ପଶ୍ଚିମବଙ୍ଗ ୫
ଜମ୍ମୁ-କଶ୍ମୀର ୩
ମହାରାଷ୍ଟ୍ର ୨୬
ମୋଟ- ୮୫

୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୩୭୫ରୁ ଅଧିକ ଆସନରେ ଲଢ଼ିବ ବୋଲି ନିଶ୍ଚିତ। ୨୦୧୪ ନିର୍ବାଚନରେ ଦଳ ୪୬୪ ଓ ୨୦୧୯ରେ ୪୨୧ ଜଣ ପ୍ରାର୍ଥୀ ଦେଇଥିଲା। ସେଥିମଧ୍ୟରୁ ୨୦୧୪ ନିର୍ବାଚନରେ ୨୨୪ ଟି ଆସନରେ ଏହାର ପ୍ରାର୍ଥୀ ଦ୍ୱିତୀୟ ଏବଂ ୨୦୧୯ ନିର୍ବାଚନରେ ୨୦୯ ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲେ। ଜିତିଥିବା ସଂଖ୍ୟା ଓ ଦ୍ୱିତୀୟ ସ୍ଥାନରେ ଥିବା ଆସନ ଆଧାରରେ ମେଣ୍ଟ ଶାସିତ ରାଜ୍ୟଗୁଡ଼ିକରେ ଦଳ ୮୫ରୁ ଅଧିକ ଆସନ ଦାବି କରିବ। ଅବଶିଷ୍ଟ ରାଜ୍ୟରେ କଂଗ୍ରେସ ୨୯୧ଟି ଆସନରେ ଲଢ଼ିବ।
ଜାତୀୟ କମିଟି ଏହାର ରିପୋର୍ଟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଦାନ କରିବ। ଜାନୁଆରି ପ୍ରଥମ ସପ୍ତାହରେ ଖଡ଼ଗେ ଇଣ୍ଡି ମେଣ୍ଟର ବାକି ନେତାଙ୍କ ସହ ଆଲୋଚନା ପାଇଁ ତାଙ୍କ ପ୍ରତିନିଧି ନିଯୁକ୍ତ କରିବେ। ଜାନୁଆରୀ ୪ତାରିଖରେ ସେ ରାଜ୍ୟ କଂଗ୍ରେସ ସଭାପତି ଓ ବିଧାୟକ ଦଳ ନେତାଙ୍କ ବୈଠକ ଡକାଇଛନ୍ତି। ସେହିଦିନ ଦଳର ଇସ୍ତାହାର କମିଟିର ମଧ୍ୟ ବୈଠକ ବସିବ। ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ପୂର୍ବରୁ ଆସନ ବୁଝାମଣା କରାଯିବ।

Post Views: 45
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In