• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୨୨ରେ ଇଡି ଅଫିସ୍‌ ଘେରିବ କଂଗ୍ରେସ

by Voice of Victims
August 19, 2024
in ମୁଖ୍ୟ ଖବର, ରାଜ୍ୟ
୨୨ରେ ଇଡି ଅଫିସ୍‌ ଘେରିବ କଂଗ୍ରେସ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ ଓ ‘ସିବିଆଇ’ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି କେନ୍ଦ୍ରର ବିଜେପି ସରକାର । ଏହି ଅଭିଯୋଗ ସହ କଂଗ୍ରେସ ସାରା ଦେଶରେ ୨୨ ତାରିଖରେ ଇଡି କାର୍ୟ୍ୟାଳୟ ଘେରାଉ ଡାକରା ଦେଇଛି । ଓଡିଶା କଂଗ୍ରେସ ମଧ୍ୟ ଭୁବନେଶ୍ବର ସ୍ଥିତ ‘ଇଡି’ କାର୍ୟ୍ୟାଳୟ ଘେରିବ । ଏଥିପାଇଁ କଂଗ୍ରେସ ଭବନରେ ଆୟୋଜିତ ବୈଠକରେ କାର୍ୟ୍ୟଖସଡା ପ୍ରସ୍ତୁତ କରାଯାଇଛି । ରବିବାର କଂଗ୍ରେସ ଭବନରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମିଳନୀରେ ଦଳର ଅନ୍ୟତମ ବରିଷ୍ଠ ନେତା ମହମ୍ମଦ ମୋକିମ କହିଛନ୍ତି,‘‘ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ୨୨ ତାରିଖରେ ସାରା ଭାରତରେ ସମସ୍ତ ‘ଇଡି’ ଅଫିସ ଘେରାଉ କରାଯିବ । ଓଡ଼ିଶାରେ ମଧ୍ୟ୍ୟ କଂଗ୍ରେସ ‘ଇଡି’ ଅଫିସ ସମୁଖରେ ବିରୋଧ ପଦର୍ଶନ କରିବ । ପୂର୍ବାହ୍ନ ୧୧ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବ । ଦେଶରେ କେନ୍ଦ୍ର ସରକାର ଯେଉଁଭଳି ଭାବରେ  ‘ଇଡି’ ଓ ‘ସିବିଆଇ’ ବ୍ୟବହାର କରୁଛି, ତାହା ଅନୁଚିତ । ଏହାକୁ ବିରୋଧ କରି ଆମେ ଇଡି ଅଫିସ ସମୁଖରେ ବିକ୍ଷୋଭ କରିବୁ । ଓଡ଼ିଶାରେ ବିଜେପି ସରକାର ଚାଲିଛି । କିନ୍ତୁ ସରକାର ଯେଉଁଭଳି ଚାଲିବା କଥା ତାହା ଚାଲୁନାହିଁ । ବିଜେଡି ମଧ୍ୟ୍ୟ ବିରୋଧୀ ଦଳ ଭୂମିକା ଠିକ୍‌ ଭାବରେ ନେଇପାରୁନାହିଁ । ରାଜ୍ୟବାସୀଙ୍କ ହିତ ପାଇଁ ସର୍ବଦା କଂଗ୍ରେସ ଦଳ ଲଢେଇ ଜାରି ରଖିବ ।” ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନମୁଖୀ ବ୍ୟବହାର ,ରାହୁଲଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯାଉଥିବା ଦଳ ଅଭିଯୋଗ କରିଆସିଛି । ଗତକାଲି ଏହି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ କାର୍ୟ୍ୟାଳୟରେ ବସିଥିଲା । ଏଥିରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଘେରାଓ କାର୍ୟ୍ୟକ୍ରମର ସଂଯୋଜକ ଦାୟିତ୍ବ ଗ୍ରହଣ କରିଛନ୍ତି ମୋକିମ । ସାରା ରାଜ୍ୟରୁ ପ୍ରାୟ ୩୦ ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ଭୁବନେଶ୍ୱର ଆସିବେ । 

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In