• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମାଲକାନଗିରିରେ ଖୁବଶୀଘ୍ର ରେଳ ଲାଇନ ନିର୍ମାଣ: ମୁଖ୍ୟମନ୍ତ୍ରୀ

by Voice of Victims
December 14, 2024
in ମୁଖ୍ୟ ଖବର, ରାଜ୍ୟ
ମାଲକାନଗିରିରେ ଖୁବଶୀଘ୍ର ରେଳ ଲାଇନ ନିର୍ମାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରି ଜିଲ୍ଲାରେ ଗଡିବ ଟ୍ରେନ । ଟ୍ରେନ ସେବା ପାଇବେ ମାଲକାନଗିରିବାସୀ । ଏଥିଲାଗି ଖୁବଶୀଘ୍ର ରେଳ ଲାଇନ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ନେଇ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଲ୍ୟବନ୍ତ ମହୋତ୍ସବ ଓ ଜିଲ୍ଲା କୃଷି ମେଳା ଉଦଘାନ କରିବା ସହ ଜିଲ୍ଲାର ଉନ୍ନୟନ ନିମନ୍ତେ ୨୪୫.୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଠାରୁ ୨ ଦିନିଆ ମାଲକାନଗିରି ଗସ୍ତରେ ଯାଇ ମାଲ୍ୟବନ୍ତ ମହୋତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସରେ, ଦେଶ ବିଦେଶରେ ପ୍ରଚାର କରିବା ସହ ରାଜ୍ୟ ଓ ଦେଶ ବାହରର କଳାକାରଙ୍କ କଳାଚାତୁରୀକୁ ଜାଣିବା ପାଇଁ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସନ୍ଧ୍ୟାରେ ମାଦଳ ବାଜିବା ସହ ଡିଏନକେ ମୈଦାନ ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲା ସଂସ୍କୃତି ପରିଷଦ ସଭାପତି ତଥା ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ ।କାର୍ୟ୍ୟକ୍ରମ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ” ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହେଁ, ଏଠାକାର ଐତିହ୍ୟ, ପରମ୍ପରା, କଳସଂସ୍କୃତି, ଜୀବନଧାରାର ନିଚ୍ଛକ ପ୍ରତିଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ। ଏହି ଉତ୍ସବ ମାଧ୍ୟମରେ ଆଦିବାସୀ କଳା ସଂସ୍କୃତି ବିଶ୍ଵ ଦରବାରରେ ପରିଚିତ ହେବ। ଏ ମାଟି ହେଉଛି ବୀର ସହିଦ ଲକ୍ଷ୍ମଣ ନାୟକଙ୍କର ମାଟି, ମାଲକାନଗିରି ମାଟି ପବିତ୍ର ମାଟି, ଏଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା। ଏହି ମହାନ ମାଟିର ସେବା କରିବା ଆମର କର୍ତ୍ତବ୍ୟ ରହିଛି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ଉନ୍ନୟନ କାର୍ୟ୍ୟକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲାର ଆଗକୁ ବିକାଶ ହେବ । ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଯୋଡିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆରମ୍ବ ହୋଇଛି । ଏଠାରେ ରାସ୍ତା, ରେଳ ଓ ଲୋକଙ୍କ ସାଧାରଣ ସମସ୍ୟା ଉପରେ ସରକାର ଫୋକସ କରୁଛନ୍ତି । ଆଗକୁ ଏହି ଜିଲ୍ଲା ପ୍ରଥମ ଧାଡିରେ ରହିବ । ”

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In