• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବାଚସ୍ପତିଙ୍କୁ ଅସମ୍ମାନ: ନିନ୍ଦା ପ୍ରସ୍ତାବ ଗୃହୀତ

by Voice of Victims
August 24, 2024
in ମୁଖ୍ୟ ଖବର, ରାଜ୍ୟ
ବାଚସ୍ପତିଙ୍କୁ ଅସମ୍ମାନ: ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଅସମ୍ମାନ ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ସରକାରୀ ଦଳ ମୁଖ୍ୟ ସଚେତକ ଏହି ନିନ୍ଦା ପ୍ରସ୍ତାବ ଆଣିଥିଲେ । ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଗୃହକୁ ଘଣ୍ଟାଏ ପାଇଁ ମୁଲତବୀ ଘୋଷଣା କରାଯାଇଛି । ପ୍ରକାଶ ଯେ  ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଶୁକ୍ରବାର ବିଧାନସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା ।  ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡି ବିଧାୟକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା । ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟର ପ୍ରଥମ ଦିନରୁ ହଟ୍ଟଗୋଳ କରିଆସୁଥିଲା ବିଜେଡି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି  ଶୁକ୍ରବାର ମଧ୍ୟ ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଘଟାଇଥିବା ଦେଖିବାକୁ ମିଳିଥିଲା। ବିଧାନସଭାରେ  ଅରାଜକତାର ସବୁ ସୀମା ଟପିଥିଲା ବିଜେଡି। ଗୃହର ମର୍ୟ୍ୟାଦାକୁ ଦଳି ମକଚି  ଚରମ ବିଶୃଙ୍ଖଳିତ ଆଚରଣ କରିଥିଲା ବିରୋଧୀ ବିଜେଡି ବିଧାୟକ। ଗୃହକାର୍ୟ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଏଥିସହ ସେମାନେ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାକୁ ରୋକିବାକୁ ଯାଇ ବିଧାନସଭାରେ ଉପସ୍ଥିତ ମାର୍ଶଲଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ବି ହୋଇଥିଲା। 

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In