ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ୪ ହଜାର ୩୦୨ ରହିଛି କରୋନା ଆକ୍ସିଭ କେସ । ୭ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇ ଫେରିଛନ୍ତି ୩ହଜାର ୨୮୧ । କେରଳରେ ସର୍ବାଧିକ ୧୧୭୫ କରୋନା ସଂକ୍ରମିତ ଅଛନ୍ତି । ସେହିପରି ମହାରାଷ୍ଟ୍ରରେ ୫୧୦ଜଣ ସଂକ୍ରମିତ ଥିବା ଜଣାଯାଇଛି । ପଶ୍ଚିମବଙ୍ଗ, ଦିଲ୍ଲୀ , କେରଳ ଓ ଗୁଜରାଟରେ ମଧ୍ୟ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓଡ଼ିଶାରେ ୧୮ରେ ପହଞ୍ଚିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ସଂକ୍ରମଣ ବଢୁଥିବା ବେଳେ ମୁକାବିଲା ପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଆଇସିୟୁ ବେଡ ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି । ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ସୂଚନା ଥାଉ ଯେ, ଦିଲ୍ଲୀରେ କୋଭିଡ୍ ମାମଲା ସମ୍ପର୍କରେ, ଏସିଆର ବିଭିନ୍ନ ସ୍ଥାନରେ JN 1( ଜେଏନ ୧) ନାମକ ଏକ ନୂତନ ଭ୍ୟାରିଏଣ୍ଟକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ । କୋଭିଡ୍ ଜେଏନ ୧ ରେ ସଂକ୍ରମିତ ବ୍ୟକ୍ତିମାନେ ଶ୍ୱାସକ୍ରିୟାର ସାମାନ୍ୟ ସମସ୍ୟା ଅନୁଭବ କରିଥାନ୍ତି । ଲକ୍ଷଣ ଗୁଡ଼ିକ ମଧ୍ୟରେ ଜ୍ୱର, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅତ୍ୟଧିକ ଥକ୍କାପଣ, ମାଂସପେଶୀ ଦୁର୍ବଳତା, ଥକ୍କାପଣ ଏବଂ ସାମାନ୍ୟ ପାକସ୍ଥଳୀ ସମସ୍ୟା ଦେଖା ଦେଇଥାଏ । କିଛି କ୍ଷେତ୍ରରେ, ଭୋକ କମ୍ ହେବା ଏବଂ ଲଗାତାର ବାନ୍ତି ହୋଇପାରେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଂକ୍ରମିତ ହେବାରୁ ରକ୍ଷା ପାଇବା ପାଇଁ ପାଇଁ ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କୋଭିଡ୍ ସତର୍କତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
