• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଧାୟକ ଓ ମନ୍ତ୍ରୀଙ୍କ ଦରମା–ଭତ୍ତା ବୃଦ୍ଧିକୁ ବିରୋଧ କରି ରଣପୁରରେ ସିପିଆଇ(ଏମ୍)ର ପ୍ରତିବାଦ ସଭା

by Voice of Victims
December 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଧାୟକ ଓ ମନ୍ତ୍ରୀଙ୍କ ଦରମା–ଭତ୍ତା ବୃଦ୍ଧିକୁ ବିରୋଧ କରି ରଣପୁରରେ ସିପିଆଇ(ଏମ୍)ର ପ୍ରତିବାଦ ସଭା

ରଣପୁର, ୧୮/୧୨: ରାଜ୍ୟର ବିଜେପି ନେତୃତ୍ୱାଧୀନ ମୋହନ ମାଝୀ ସରକାର ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଓ ଭତ୍ତାକୁ ତିନିଗୁଣା ବୃଦ୍ଧି କରିବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୯ ଡିସେମ୍ବରରେ ବିଧାନସଭାରେ ପାରିତ ଏହି ଆଇନ ଅନୁଯାୟୀ ବିଧାୟକ ଓ ମନ୍ତ୍ରୀଙ୍କ ମାସିକ ଦରମା ଓ ଭତ୍ତା ୩,୪୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସିପିଆଇ(ଏମ୍) ଦୃଢ଼ ଭାବେ ବିରୋଧ କରିଛି। ଏହି ପ୍ରସଙ୍ଗରେ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ବଣେଇ ବିଧାନସଭା କ୍ଷେତ୍ରର ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ ଦୃଢ଼ ବିରୋଧ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସରକାର ଏହାକୁ ଅଗ୍ରାହ୍ୟ କରି ଆଇନ ପାରିତ କରିଥିବାରୁ ସିପିଆଇ(ଏମ୍) ରାଜ୍ୟ କମିଟି ଏହି ନିଷ୍ପତ୍ତିକୁ ଜନବିରୋଧୀ ବୋଲି ଅଭିହିତ କରିଛି ଓ ମାନ୍ୟବର ରାଜ୍ୟପାଳଙ୍କୁ ଆଇନଟିକୁ ଅନୁମୋଦନ ନ କରିବାକୁ ନିବେଦନ କରିଛି।

ଏହି ପରିପ୍ରେକ୍ଷୀରେ ରଣପୁର ଆଞ୍ଚଳିକ କମିଟି ପକ୍ଷରୁ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ ନାୟକ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଅପରାହ୍ନ ୪ଟା ସମୟରେ ରଣପୁର ସିଂହଦ୍ଵାର ଓ ପଞ୍ଚୁଡୋଳ ପଡ଼ିଆରେ ଅବସର ପ୍ରାପ୍ତ ଶିକ୍ଷକ ନିଳାଦ୍ରୀ ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତାମାନେ କହିଥିଲେ ଯେ ରାଜ୍ୟ ସରକାର ଲକ୍ଷଲକ୍ଷ ବେକାରୀଙ୍କ ନିଯୁକ୍ତି, ଆଶା, ପାଚିକା, ଅଙ୍ଗନୱାଡ଼ି କର୍ମୀ ଭଳି ସ୍କିମି ଶ୍ରମିକଙ୍କ ସ୍ଥାୟୀକରଣ, ଶିକ୍ଷକମାନଙ୍କ ପେନସନ, ୩୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ୩୦୦ ୟୁନିଟ୍ ବିଦ୍ୟୁତ ଛାଡ଼ ଓ ଦରଦାମ ନିୟନ୍ତ୍ରଣ ଭଳି ପ୍ରତିଶୃତିଗୁଡ଼ିକୁ ପୂରଣ କରିନଥିବା ବେଳେ ନିଜ ଦରମା–ଭତ୍ତା ବୃଦ୍ଧି କରିବା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ।

ସରକାରଙ୍କ ଏଭଳି ଜନବିରୋଧୀ ନୀତି ରାଜ୍ୟକୁ ଆହୁରି ଗରିବୀ ଦିଗରେ ଠେଲିଦେବ ବୋଲି ବକ୍ତାମାନେ ମତ ପ୍ରକାଶ କରି ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ସେମାନେ ସଚେତନ କରାଇଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ସୁରେଶ ସ୍ୱାଇଁ, ଭିକାରୀ ସାହୁ, ସୁଶୀଲ ମହାନ୍ତି, ସେଠୀ, ସୁକାନ୍ତି ଜେନା, କୁଳମଣି ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ଓ ବକ୍ତବ୍ୟ ରଖିଥିଲେ।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In