ଭୁବନେଶ୍ୱର : ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି ମାମଲା । କମିଛି ହତ୍ୟା ଓ ଚୋରି ଭଳି ଅପରାଧ । ବିଗତ ତିନି ବର୍ଷର କ୍ରାଇମ୍ ରେକର୍ଡର ଖୁଲାସା କରିଛି କମିସନରେଟ ପୋଲିସ । ହତ୍ୟା ଦୁଷ୍କର୍ମ ଓ ଡକାୟତି ଓ ବଡ଼ ଚୋରି ମାମଲାର ରିପୋର୍ଟ କାର୍ଡ ଜାରି କରାଯାଇଛି । ଏନେଇ ୨୦୨୫ରେ ରାଜଧାନୀରେ ୧୭୦ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିବା ବେଳେ ୨୦୨୪ରେ ୧୪୯ଓ ୨୦୨୩ରେ ୧୩୫ଟି ରହିଥିଲା ।
ସେହିପରି ୨୦୨୬ରେ ଏଯାବତ ୧୩ଟି ମାମଲା ରିପୋର୍ଟ ହୋଇଛି । ସେହିପରି ହତ୍ୟା ମାମଲାରେ ୨୦୨୫ରେ ୬୦,୨୦୨୪ରେ ୬୮ଟି, ୨୦୨୩ରେ ୫୨ଟି ହତ୍ୟା ମାମଲା ହୋଇଛି । ସେହିପରି ୨୬ରେଏଯାବତ ୧୫ଟି ମାମଲା ରୁଜୁ ହୋଇଛି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଇନଭେଷ୍ଟିଗେସନ ବେଳେ ପ୍ରକୃତ ହତ୍ୟା ମାମଲା ଆହୁରି କମ ହୋଇଥିବା ଜଣାପଡ଼ିଛି । ଯାହାକି ଅନେକ ସମୟରେ ସଂଦେହ ଜନକ ଭାବେ ଥାଏ ।
ସେହିପରି ଡକାୟତି ଓ ରବରି ମାମଲାରେ ମଧ୍ୟ ୨୪ତୁଳନାରେ ୨୫ରେ ଡକାୟତି ବଢ଼ିଥିଲେ ମଧ୍ୟ ଚୋରି କମିଛି । ଏନେଇ ଦର୍ଶାଯାଇଥିବା ରେକର୍ଡ ଅନୁସାରେ ୨୦୨୫ରେ ୧୧ଟି ଡକାୟତି ,୨୪ରେ ୪ଟି ଡକାୟତି ,୨୦୨୩ରେ ୧୪ଟି ଡକାୟତି ହୋଇଛି । ସେହିପରି ଚୋରି ମାମଲାରେ ୨୦୨୫ରେ ୨୦୨ଟି,୨୦୨୪ରେ ୩୯୮ଟି, ୨୦୨୩ରେ ୫୮୭ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
