ସୁବର୍ଣ୍ଣପୁର: ନଦୀରେ ବୁଲୁଛି କୁମ୍ଭୀର । ଦୂରଦୁରା ମହାନଦୀ ଘାଟରେ କୁମ୍ଭୀର। ନଦୀକୁ ନଯିବାକୁ ଲୋନଙ୍କୁ ସତର୍କ କଲା ବନ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର ଦୂରଦୁରା ଗ୍ରାମ ନିକଟସ୍ଥ ମହାନଦୀ ଘାଟରେ କୁମ୍ଭୀର ଦେଖିବାକୁ ମିଳିଛି । ଫଳରେ ନଦୀକୁ ଗାଧୋଇ ଯାଉଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।.

ସୂଚନା ଅନୁସାରେ ସୋମବାର ପୂର୍ବାହ୍ନରେ କେତେକ ମତ୍ସ୍ୟଜୀବୀ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟର ନଦୀର ଘାଟରେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ । ଫଳରେ ସେମାନେ ନଦୀରୁ ଫେରି ଆସିଥିଲେ । ସେହି ସମୟରୁ ଲୋକେ ଆଉ ନଦୀକୁ ସ୍ନାନ ଶୌଚ ପାଇଁ ଯାଇ ନଥିଲେ । ଏନେଇ ବୀରମହାରାଜପୁର ଅତିରିକ୍ତ ବନ ସଂରକ୍ଷକ ତଥା ରେଞ୍ଜ ଦାୟିତ୍ଵରେ ଥିବା ରେଞ୍ଜର ଅବିନାଶ ବରିହା ଓ ଅନ୍ୟ ବନ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ । ପରବର୍ତ୍ତୀ ସମୟର ଦୂରଦୁରା ବନପାଳ ଲିଙ୍ଗରାଜ ନାଏକଙ୍କ ତତ୍ତ୍ଵାବଧାନରେରେ ବନ ବିଭାଗର ଏକ ଟିମ ଯାଇ ଦୁରଦୁରା ଓ ଟେଭାପଦର ସମତେ ନଦୀ ଖଣ୍ଡିଆ ଜନ ବସତି ଅଞ୍ଚଳର ଲୋକଙ୍କୁ ନଦୀକୁ ନ ଯିବାକୁ ସଚେତନ କରିଛନ୍ତି। ବନ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିବା ସହକାରୀ ବନ ସଂରକ୍ଷକ ଅବିନାଶ ବରିହା ପ୍ରକାଶ କରିଛନ୍ତି ।

