ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏ ନେଇ ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିଛି ଘରୋଇ ପାଣିପାଗ ସଂସ୍ଥା ଲଘୁଚାପ ଭୀଷଣ ବାତ୍ୟା ରୂପ ନେବ ବୋଲି ଆକଳନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଭାରତ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ସଂକ୍ରାନ୍ତରେ କିଛି ସୂଚନା ଦିଆଯାଇ ନାହିଁ।
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ମାଲାକ୍କା ସମୁଦ୍ର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏହି ଲଘୁଚାପ କ୍ଷେତ୍ର। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଫଳରେ ବାତ୍ୟା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ୨୭ତାରିଖ ପର୍ଯ୍ୟନ୍ତ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଘନୀଭୂତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ୨୭ ତାରିଖରେ ସ୍ପଷ୍ଟ ହେବ।
