• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଘୂର୍ଣ୍ଣିବଳୟ:ଆସନ୍ତା ୫ ଦିନ ବର୍ଷା

by Voice of Victims
June 25, 2024
in ମୁଖ୍ୟ ଖବର, ରାଜ୍ୟ
ଘୂର୍ଣ୍ଣିବଳୟ:ଆସନ୍ତା ୫ ଦିନ ବର୍ଷା

ଭୁବନେଶ଼୍ବର,:ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଫଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ଅନୁମାନ କରାଯାଉଛି । ଏଥିସହ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ସୂଚନା ଥାଉକି, ସାରା ରାଜ୍ୟକୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ସହ ଅଧିକାଂଶ ଜିଲାରେ ସକ୍ରିୟ ହୋଇଛି। ଫଳରେ ସେସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି। ରବିବାର ଚାନ୍ଦବାଲିରେ ସର୍ବାଧିକ ୩୧.୨ ମି.ମି. ବର୍ଷା ହୋଇଥିବା ବେଳେ ବାରିପଦାରେ ୧୫.୨, ରାୟଗଡ଼ା ୧୨.୬, ହୀରାକୁଦ ୧୨.୨, ଦାରିଙ୍ଗବାଡ଼ି ୧୨, ଫୁଲବାଣୀ ୬.୮, ସୋନପୁର ୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ୨୭ ତାରିଖରେ କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ କାଳବୈଶାଖୀ ବର୍ଷା ହେବାକୁ ଥିବାବେଳେ ୨୬ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜିଲାକୁ ସତର୍କ ସୂଚନା ଦିଆଯାଇଛି।

Post Views: 26
Share200Tweet125Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In