କଟକ (ଭିଓଭି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରଦ୍ଧାଳୁମାନେ, କଟକ ପଞ୍ଚମୁଖୀ ହନୁମାନ ମନ୍ଦିର ପାର୍ଶ୍ୱ ନଦୀପଠାରେ ଅତି ବିପଦ ସଂକୁଳ ଅବସ୍ଥାରେ ଡ଼ଙ୍ଗା ଭସାଣ ପାଳନ କରିଥିଲେ। ଘାଟରେ ବହୁତ ଦିନ ପୂର୍ଵରୁ ନିର୍ମାଣ କରାଯାଇଥିବା ପଥର ପାହାଚ ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ, ବ୍ୟବହାର ଅନୁପଯୋଗୀ ହେଇଥିଵାରୁ କୈାଣସି କାମରେ ଆସିପାରୁନାହିଁ। ଏପରି ଅବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଯଥାଶୀଘ୍ର ଏହି ଘାଟକୁ ମରାମତି କରିବା ପାଇଁ, ବୁଦ୍ଧିଜୀବୀ ତଥା ସ୍ଥାନୀୟ ବାସିନ୍ଦାମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।
