ନୂଆଦିଲ୍ଲୀ: ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ବିଜ୍ଞପ୍ତି ଅକ୍ଟୋବର ୬ରେ ପ୍ରକାଶ ପାଇବ ।

ଇଚ୍ଛୁକ ପ୍ରାର୍ଥୀ ଅକ୍ଟୋବର ୬ରେ ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ୧୩ ଅକ୍ଟୋବର ରହିଛି । ନାମାଙ୍କନ ପତ୍ର ଯାଞ୍ଚ ତାରିଖ ୧୪ ଅକ୍ଟୋବର ରହିଛି । ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ତାରିଖ ୧୬ ଅକ୍ଟୋବର ରହିଛି । ଭୋଟ ଗ୍ରହଣ ସକାଳ ୯ ରୁ ସନ୍ଧ୍ୟା ୪ଟା ଯାଏଁ ହେବ । ଭୋଟ ଗଣତି ସେହିଦିନ ୫ଟାରୁ ହେବ ।

ସାଂସଦ ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ ପଞ୍ଜାବର ରାଜ୍ୟସଭା ଆସନ ଖାଲିପଡିଥିଲା । ସେପଟେ ୨୦୧୯ରେ ଯେତେବେଳେ ଧାରା ୩୭୦ ଉଚ୍ଛେଦ ହେଲା ସେବେଠାରୁ ଜମ୍ମୁ ଓ କଶ୍ମୀରର ଚାରୋଟି ରାଜ୍ୟସଭା ଆସନ ଖାଲି ପଡିଛି ।
