କେରଳ : ଏୟାର ଇଣ୍ଡିଆର ଏକ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି । କେରଳର କୋଚିରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 504ରେ ରବିବାର ବିଳମ୍ୱିତ ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି ଦିଲ୍ଲୀ ପାଇଁ ଉଡ଼ାଣ ଭରିବାକୁ ରହିଥିଲା । କିନ୍ତୁ ଟେପଅପ୍ କରିବାର କିଛି ସମୟ ପୂର୍ବରୁ ପାଇଲଟ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ଏହାପରେ ପାଇଲଟ ତୁରନ୍ତ ଏଟିସି ସହିତ ସଂପର୍କ କରିବା ପରେ ଟେକଅପ୍ କରିନଥିଲେ । ଖବର ମୁତାବକ, କେରଳର କୋଚିରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 504ରେ ରବିବାର ବିଳମ୍ୱିତ ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି ଦିଲ୍ଲୀ ପାଇଁ ଉଡ଼ାଣ ଭରିବାକୁ ରହିଥିଲା । କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପାଇଲଟ୍ ଏକ ସମସ୍ୟା ଲକ୍ଷ୍ୟ କରିଥିଲେ । ପାଇଲଟ୍ ତୁରନ୍ତ ATC ସହିତ ଯୋଗାଯୋଗ କରି ଉଡ଼ାଣ ବାତିଲ କରିଥିଲେ ।

ଏୟାର ଇଣ୍ଡିଆ ତାର ବିବୃତ୍ତିରେ କହିଛି ଯେ, ଫ୍ଲାଇଟ୍ ନମ୍ବର AI 504 ରେ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । କକପିଟ୍ କ୍ରୁ ପ୍ରୋଟୋକଲ୍ ଅନୁସରଣ କରି ଉଡ଼ାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଯାଞ୍ଚ ପାଇଁ ବିମାନକୁ ପୁଣି ବିମାନବନ୍ଦରକୁ ଅଣାଯାଇଥିଲା । ଏୟାରଲାଇନ୍ସ ମୁଖପାତ୍ରଙ୍କ ଅନୁଯାୟୀ, ସମସ୍ୟାର ସମାଧାନ ପ୍ରକ୍ରିୟା କରି ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କରେ କୋଚି ବିମାନବନ୍ଦରକୁ ମଧ୍ୟ ଅବଗତ କରାଯାଇଛି ।

ତେବେ ଏହି ବିମାନରେ ଏର୍ଣ୍ଣାକୁଲମ ହିବି ଇଡେନର କଂଗ୍ରେସ ଲୋକସଭା ସାଂସଦ ରହିଥିଲେ । କଂଗ୍ରେସ ସାଂସଦ ଦାବି କରିଛନ୍ତି ଯେ, ବିମାନଟି ରନୱେରେ ଖସି ପଡ଼ିବା ଭଳି ଅନୁଭବ ହେଉଥିଲା । ଯାହା ବିଷୟରେ ସେ ନିଜ X ରେ ଅନୁଭବକୁ ସେୟାର କରିଛନ୍ତି । ଏହାର କିଛି ସମୟ ମଧ୍ୟରେ ପାଇଲଟ ଘୋଷଣା କରିଥିଲେ କି, ଏହି ବିମାନକୁ ଯାତ୍ରା ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ତେଣୁ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନକୁ ସ୍ଥାନାନ୍ତରିତ କରାଯିବ ।
