• About Us
  • Contact Us
Monday, February 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ, ୧.୫ କୋଟି ସହ ପାସପୋର୍ଟ ଜମା

by Voice of Victims
February 16, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ, ୧.୫ କୋଟି ସହ ପାସପୋର୍ଟ ଜମା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।

କୋର୍ଟ କହିଥିଲେ ଯେ, ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ । ଯଦି ବିଫଳ ହୋଇଥାନ୍ତା, ତେବେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ଫେବୃଆରୀ ୧୭ ତାରିଖରେ ଘୋଷଣା କରାଯିବ । ତଥାପି ଅଭିନେତା ଆଜି ଡିଡି ଦାଖଲ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ଧାର୍ଯ୍ୟ କରାଯାଇଛି । ରାଜପାଲଙ୍କ ଜାମିନ ଆବେଦନ ତାଙ୍କ ଭାଣେଜିଙ୍କ ବିବାହରେ ଯୋଗଦେବା ପାଇଁ ଦାଖଲ କରାଯାଇଥିଲା, ଯାହା ଫେବୃଆରୀ ୧୯ ତାରିଖରେ ହେବାକୁ ଯାଉଛି।

୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲା ଯୋଗୁଁ ରାଜପାଲ ଯାଦବ ଜେଲରେ ଥିଲେ । ଅଭିନେତାଙ୍କୁ ୫ ତାରିଖରେ ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଥିଲା, ଯାହା ପରେ ସେ ଜାମିନ ଆବେଦନ କରିଥିଲେ ।

୯ କୋଟି ଟଙ୍କା ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ରହିଥିଲେ ରାଜପାଲ । ଜେଲ ହେବା ପରେ ରାଜପାଲ ଯାଦବଙ୍କୁ ବଲିଉଡରୁ ଅନେକ ସହାୟତା ମିଳିଥିଲା । ସଲମାନ ଖାନ, ସୋନୁ ସୁଦ, ଅଜୟ ଦେବଗନ, ଗୁରୁମିତ ଚୌଧୁରୀ, ରାଜନେତା ତେଜ ପ୍ରତାପ ଯାଦବ ମଧ୍ୟ ସହାୟତା କରିଥିଲେ ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ଏଲିଅନଙ୍କୁ ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମତ : ଏଲିଅନ ଅଛନ୍ତି, କିନ୍ତୁ କେଉଁଠି କହିହେବନି
  • ରାଜସ୍ଥାନର ଭିୱାଡିରେ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା
  • ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ, ୧.୫ କୋଟି ସହ ପାସପୋର୍ଟ ଜମା
  • ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ
  • ୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ, ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In