• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା

ସ୍ଥାୟୀ ପୋଲ ନିର୍ମାଣ ଦାବି

by Voice of Victims
December 25, 2023
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା, ସମସ୍ୟା ଅଭିଯୋଗ
ସ୍ଥାୟୀ ପୋଲ ନିର୍ମାଣ ଦାବି

ଢେଙ୍କାନାଳ(ଭିଓଭି): ଢେଙ୍କାନାଳ ଜିଲ୍ଲା ଗ଼ଁଦିଆ ବ୍ଲକ ପ୍ରସିଦ୍ଧ ମହିମା ଧର୍ମ ପୀଠ ଯୋରନ୍ଦାଠାରୁ ମାତ୍ର ୬ କିମି ତଥା ବାଇଁଶିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଉପରେ ଥିବା ଏକ ନାଳ ଉପରେ ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦ୍ୱାରା ଦାବି ହୋଇଆସୁଛି ।
ପ୍ରତ୍ୟେକ ବର୍ଷ ବର୍ଷା ଓ ବନ୍ୟାରେ ଏହି ପୋଲ ଉପରେ ପାଣି ଚାଲେ ଓ କଙ୍କା ଗ୍ରାମର ପ୍ରାୟ ୬୦୦ ଗ୍ରାମବାସୀ ପ୍ରାୟ ବର୍ଷକୁ ୪ମାସ ଜଳବନ୍ଦୀ ହୋଇ ରହିଥାନ୍ତି । ଏଥିପାଇଁ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ମିଳିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କୁ ମଧ୍ୟ ଦାବିପତ୍ର ଦେଇଥିଲେ । ବାରମ୍ବାର ଦାବି ପରେ ତା ୨୫/୦୭/୨୩ ରିଖ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ ।
ଗ୍ରାମବାସୀଙ୍କ ୍ୱାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଢେଙ୍କାନାଳ ଓ ଭୁ୍ୱନେଶ୍ୱରଙ୍କ ପ୍ରସ୍ତାବ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏପର୍ଯ୍ୟନ୍ତ ପତ୍ର ଆସିପାରୁ ନାହିଁ କି କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଏପରିକି ୫-ଟି ରେ ପୋଲ ନିର୍ମାଣ ପାଇଁ ଅଭିଯୋଗ ଯାଇଥବା ୩୧୪ ଟି ପୋଲ ନିର୍ମାଣାର୍ଥେ ଥିବା ଭି.ଆଇ.ପି. ଲିଷ୍ଟରେ ଏହି ମୁଖ୍ୟ ନାଳ ଉପରେ ପୋଲ ନିର୍ମାଣ ସ୍ଥାନ ପାଇଛି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେଉନାହିଁ ।
ତେଣୁ କଙ୍କା-ବାଇଁଶିଆ ମୁଖ୍ୟ ରାସ୍ତା ଉପରେ ଥିବା ଏହି ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ପ୍ରସ୍ତାବ ପାଳିତ ଓ କାର୍ଯ୍ୟକାରୀ ହେଲେ ଗ୍ରାମବାସୀ ମାନେ ଉପକୃତ ହେବେ ବୋଲି ଗ୍ରାମ ସଭାପତି ବିରଞ୍ଚି ନାରାୟଣ ଇନ୍ଦ୍ରଜିତ ସିଂ, ସମ୍ପାଦକ ଶରତ ଚନ୍ଦ୍ର ସ୍ତମ୍ଭ, ଯୁବ ସମାଜସେବୀ ସୁଦର୍ଶନ ସ୍ତମ୍ଭ ତଥା ଅନ୍ୟ ନେତୃବୃନ୍ଦ ମାନେ ଗୁହାରି କରିଛନ୍ତି ।

ରତ୍ନାକର ମହାମାନସିଂ
ରିପୋର୍ଟର୍‌

Post Views: 88
Share204Tweet128Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In