• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

by Voice of Victims
May 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭୁବନେଶ୍ୱର, ତା ୨୮/୫: ବିଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସମ୍ବାଦ ପରିବେଷଣ କୁ ନେଇ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢ଼ି ଚାଲିଛି। ଏହି ପରିପେକ୍ଷୀରେ ବଲାଙ୍ଗିର, ପଈଁତଳା ଥାନା ଅନ୍ତର୍ଗତ କୁଇଥିପାଲ୍ଲି ରେ “ବଡ ଖବର” ଗଣମାଧ୍ୟମର ପ୍ରତିନିଧି ବିଜୟ କୁମାର ପ୍ରଧାନଙ୍କୁ ଗୋଡ ହାତ ବାନ୍ଧି ବର୍ବୋରୋତିତ ଆକ୍ରମଣ କରିବା ଓ ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିବା ନେଇ ସାରା ରାଜ୍ୟରେ ସାମ୍ୱାଦିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାର ତିନିଦିନ ପାରେ ୪ଜଣ ସହ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୂଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳେଇ କୁ ବଲାଙ୍ଗିର ପୋଲିସ ଧରିବାରେ ସକ୍ଷମ ହୋଇ ନାହିଁ।

ଅତଏବ ମୂଖ୍ୟ ଆସାମୀକୁ ଗିରଫ କରାଯିବା ସହ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରେ ବୃଦ୍ଧି ପାଇଥିବା ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ତଥା ମୁକ୍ତ ସାମ୍ବାଦିକତାକୁ ସୁରକ୍ଷା ଦେବାରେ ପ୍ରତିବାଦ ସ୍ଵରୂପ ରାଜ୍ୟରେ “ସାମ୍ୱାଦିକ” ସୁରକ୍ଷା ଆଇନ୍ ପ୍ରଣୟନ ହେବାନେଇ ଦୃଷ୍ଟି ଆକର୍ଷଣ ପୂର୍ବକ ସରକାରଙ୍କ ସମୀପରେ ଉତ୍କଳ ସାମ୍ୱାଦିକ ସଂଘ, ଭୁବନେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଜରିଆରେ ଆଜି ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ଦାବିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଜିଲ୍ଲା ଶାଖା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସଂଘର ଅନ୍ୟତମ ସଦସ୍ୟ ତଥା ରାଜ୍ଯ ସଂଘ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସାମ୍ବାଦିକ ସଂଘର କାର୍ଯ୍ୟନିର୍ବାହୀ ସଦସ୍ଯ ମନୋଜ ପ୍ରଧାନ, ଟୁଲୁ କୁମାର ପାତ୍ର ଓ ପ୍ରକାଶ କୁମାର ସାହୁ ଏବଂ ସଭ୍ଯ ସନ୍ତୋଷ କୁମାର ପଣ୍ଡା, ଲୁକେସ ସାହୁ ପ୍ରମୁଖ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଛି।

Post Views: 149
Share202Tweet126Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In