• About Us
  • Contact Us
Saturday, March 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

DGCA ଜାରି କଲା ଆଡଭାଇଜରୀ, ୧୧ ଦେଶକୁ ବିମାନ ସେବା ମନା

by Voice of Victims
March 21, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
DGCA ଜାରି କଲା ଆଡଭାଇଜରୀ, ୧୧ ଦେଶକୁ ବିମାନ ସେବା ମନା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ DGCA ଭାରତୀୟ ଏୟାରଲାଇନ୍ସ ପାଇଁ ସୁରକ୍ଷା ଆଡଭାଇଜରୀ ଜାରି କରିଛି । ଏହା ମଧ୍ୟପ୍ରାଚ୍ୟ ଏବଂ ଉପସାଗର ଉପରେ ଆକାଶମାର୍ଗକୁ ନେଇ ବଢୁଥିବା ବିପଦ ନେଇ କଡ଼ା ଚେତାବନୀ ଲାଗୁ କରାଯାଇଛି । ବଢୁଥିବା ବିପଦ ଯୋଗୁଁ DGCA ୧୧ ଟି ଦେଶର ବିମାନ ସେବାକୁ ବନ୍ଦ କରି ଦିଆଯାଇଛି । ଏହି ଆଡଭାଇଜରୀରେ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତିରେ ଏହି ଅଞ୍ଚଳ ଉପରେ ଉଡ଼ାଣ ବିପଦପୂର୍ଣ୍ଣ ହୋଇପାରେ ଏବଂ ବିମାନ ସେବା ପ୍ରଦାନକାରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

ସବୁଠାରୁ ବଡ଼ ବିପଦ ହେଉଛି ପ୍ରତିଶୋଧମୂଳକ ଆକ୍ରମଣ ।  ଏବେ ଆମେରିକା ଏବଂ ଇସ୍ରାଏଲ ସହିତ ପଡ଼ୋଶୀ ଦେଶଗୁଡିକୁ ପ୍ରଭାବିତ କରିପାରେ । ଦ୍ବିତୀୟ ବିପଦ ସଙ୍କେତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ପଡ଼ିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି DGCA ୧୧ ଟି ଦେଶର ବିମାନ ଚଳାଚଳକୁ ବନ୍ଦ କରିଦେଇଛି ।

ସୂଚନାନୁଯାୟୀ, ଇରାନ, ଇସ୍ରାଏଲ, UAE, କତାର, ଲେବାନନ, କୁଏତ, ସାଉଦି ଆରବ, ବାହରାଇନ, ଓମାନ,ଇରାକ, ଜର୍ଡାନ ଏହି ୧୧ ଦେଶକୁ ବିମାନ ସେବା ପାଇଁ ଆଡଭାଇଜରୀ ଜାରି କରିଛି DGCA । ଆକସ୍ମିକ ଭାବେ ଆକ୍ରମଣ ହୋଇପାରେ ବୋଲି DGCA ପକ୍ଷରୁ ଏଭଳି ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ସରକାର ବିମାନ କମ୍ପାନୀ ଏବଂ ବିଦେଶୀ ନିୟାମକଙ୍କ ସହ ଲଗାତାର ଭାବେ ଯୋଗାଯୋଗରେ ରହିଛନ୍ତି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ୍ୟୁ, ୫୯ ଆହତ
  • ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ, ଆମେରିକା-ଇସ୍ରାଏଲ କଲେ ବୋମାବର୍ଷା
  • ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ
  • ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
  • ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In