ପ୍ରତ୍ୟେ ଭାରତୀୟଙ୍କ ରୋଷେଇ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଧନିଆ ମଧ୍ୟ ମହଜୁଦ୍ ରହିଥାଏ । ବ୍ୟଞ୍ଜନର ସ୍ବାଦ ବଢାଇବା ସହିତ, ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ଏହା ବ୍ୟବହାର କରିବା ଦ୍ବାରା ,ଏହା ବିଭିନ୍ନ ରୋଗବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଧନିଆର ସ୍ବାସ୍ଥ୍ୟ ଉପକାରୀତା ସମ୍ପର୍କରେ ।
– ଏଥିରେ ଭିଟାମିନ୍ ‘ଏ’ , ‘ସି’ ସହିତ ଅନେକ ପୋଷକ ତତ୍ବ ଭରି ରହିଥାଏ ।
-ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥିଲେ, ଏଥିପାଇଁ ଧନିଆ ବହୁତ୍ ଉପକାରୀ ହୋଇଥାଏ । ଏହି ସମସ୍ୟାର ସମ୍ମୁଖୀନ କରୁଥିବା ଲୋକେ, ପ୍ରତିଦିନ ଧନିଆ ସେବନ କରିବା ଲାଭଦାୟକ ।
-ଧନିଆ ସେବନ କରିବା ଦ୍ବାରା, ଏହା ଶରୀରରେ ଜଳୀୟ ଅଂଶର ଅଭାବକୁ ଦୂର କରିଥାଏ ।
-ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଧନିଆ ପାଣି ।
-ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଧନିଆ ପାଣି॥
-ପାଚନ ତନ୍ତ୍ରକୁ ଭଲ ରଖିବାରେ ସହାୟକ ହୋଇଥାଏ ଧନିଆ ପାଣି ।
