• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଖରିଫ୍ ଋତୁରେ ଧାନକିଣା: ପଞ୍ଜିକରଣ କଲେ ୧୭.୪୯ ଲକ୍ଷ ଚାଷୀ

by Voice of Victims
January 21, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଖରିଫ୍ ଋତୁରେ ଧାନକିଣା: ପଞ୍ଜିକରଣ କଲେ ୧୭.୪୯ ଲକ୍ଷ ଚାଷୀ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଚଳିତ ଖରିଫ ଋତୁ ପାଇଁ ୩୦ ଜିଲ୍ଲାରେ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ନିଜର ନାମକୁ ପଞ୍ଜିକରଣ କରିଛନ୍ତି। ଏହି ତାଲିକାରେ ସର୍ବାଗ୍ରେ ରହିଛି ବରଗଡ଼ ଜିଲ୍ଲା। ଉକ୍ତ ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ୬୧୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ। ୪୮ ଘଣ୍ଟା ମଧ୍ୟରେ ସଂପୃକ୍ତ ଚାଷୀଙ୍କ ପ୍ରାପ୍ୟ ସେମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ତେବେ ଧାନବିକ୍ରୟ ଓ ଇନ୍‌ପୁଟ ସହାୟତା ରାଶିରୁ ଯେଭଳି କୌଣସି ଯୋଗ୍ୟ ଚାଷୀ ବାଦ ନ ପଡ଼ନ୍ତି, ସେଥିପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନାନୁସାରେ ଧାନକିଣା ପ୍ରକ୍ରିୟା ଗତ ନଭେମ୍ବର ୨୦ରୁ ରାଜ୍ୟର ୩୦ଟି ଜିଲ୍ଲାର ୩୯୦୩ ଟି ମଣ୍ଡିରେ ଧାନକିଣା ଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବରଗଡ଼ରୁ ତାହା ଆରମ୍ଭ ହୋଇଛି। ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ଧାନ ବିକିବା ପାଇଁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯାଉଛି। ସେହିଭଳି ଚାଷୀମାନଙ୍କର ଆକାଉଣ୍ଟକୁ ତ୍ରିସ୍ତରୀୟ ଯାଞ୍ଚ କରାଯାଉଛି। ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା କରାଯାଇଛି। କୌଣସି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ନେଉଥିବାବେଳେ ଅଧିକାରୀମାନେ ପ୍ରତ୍ୟେକ ମଣ୍ଡିରେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି।

Post Views: 55
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In