• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ, ବିଭିନ୍ନ ମହଲରେ ଝଡ

by Voice of Victims
September 1, 2024
in ମୁଖ୍ୟ ଖବର, ରାଜ୍ୟ
ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ, ବିଭିନ୍ନ ମହଲରେ ଝଡ

ଭୁବନେଶ୍ବର: ଓଡିଶାର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଗତକାଲି ସ୍ବାୟତ ଶାସନ ଦିବସ ଅବସରରେ କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଝଡ ସୃଷ୍ଟି କରିଛି। ଧର୍ମେନ୍ଦ୍ର କହିଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରୁ ରେଭେନ୍ସା କଟିବା ଆବଶ୍ୟକ। କାରଣ ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ବେଳେ କଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଯେଉଁ ବ୍ୟକ୍ତି ଓଡିଆଙ୍କୁ କଷ୍ଟ ଦେଉଥିଲେ ସେଭଳି ଲୋକଙ୍କ ନାମରେ ଏହି ଅନୁଷ୍ଠାନ କାହିଁକି ରହିବ। ଏ ନେଇ ଏକ ବଡ ବିତର୍କର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଛି। ସେମାନଙ୍କର ଯୁକ୍ତି ହେଲା ଯେ ଯେଉଁମାନେ ରେଭେନ୍ସାରୁ ପାଶ କରିଛନ୍ତି ସେମାନେ ସେହି ନାଆଁକୁ ନେଇ ଗର୍ବ କରୁଛନ୍ତି। କେହି କେବେ ରେଭେନ୍ସା ନାମକୁ ନେଇ ବିତୃଷ୍ଣା ପ୍ରକାଶ କରି ନାହାଁନ୍ତି। ତେଣୁ ଏ ନେଇ କେହି ଅଭିଯୋଗ କରିବା ଅନୁଚିତ ବୋଲି କହିଛନ୍ତି। ତେବେ ଅଳ୍ପ କିଛି ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

Post Views: 37
Tags: Dharmendra's proposal to change the name of Renaissance University
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In