• About Us
  • Contact Us
Thursday, April 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ: ଝାଡ଼ାବାନ୍ତି ନେଲା ଆଉ ଜଣଙ୍କ ଜୀବନ

by Voice of Victims
June 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ: ଝାଡ଼ାବାନ୍ତି ନେଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ୱର: ପୁଣି ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଅଭିଯୋଗ । କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଦ ପଞ୍ଚାୟତରେ ଜଣେ ମହିଳାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିବା ପରେ ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ମେଡିକାଲ ଟିମ୍ । ଗାଁରେ ବ୍ଲିଚିଂ ପକାଇବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି ମେଡିକାଲ ଟିମ୍ । ଗାଁରେ ଲୋକଙ୍କୁ ଔଷଧ ବଣ୍ଟାଯାଇଛି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପରିବାର ଲୋକଙ୍କ କହିବାନୁସାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମହିଳା ପଡ଼ିଆ ଯାଇଥିଲେ ଏବଂ ସେଠାରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା , ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏହାର ତଦନ୍ତ କରୁଛି । 

ତେବେ ସମ୍ବଲପୁରରେ ମଧ୍ୟ ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଧନକଉଡ଼ାର ଶ୍ରବଣ ଛୁରିଆ । ଝାଡ଼ାବାନ୍ତି ଯୋଗୁଁ ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେହି ପଡ଼ାରେ ସ୍ବାସ୍ଥ୍ୟ ସର୍ଭେଲାନ୍ସ ଆରମ୍ଭ ହୋଇଛି ।  ଆଜି ଜିଲ୍ଲା ସଦର ମେଡିକାଲରେ ୩ ରୁ ୪ଜଣ ରୋଗୀ ଭର୍ତ୍ତି ହୋଇଥିବା କହିଛନ୍ତି ଏଡିଏମଓ ଡାକ୍ତର ଅଶୋକ ଦାସ । 

ତେବେ ଝାଡ଼ାବାନ୍ତି ଓ ହଇଜାରେ ପ୍ରଭାବିତ କଟକ ଚୌଦ୍ଵାର ବ୍ଲକରେ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ସଫା ପଞ୍ଚାୟତ ସୁଆଁରୀ ଗାଁରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ରାଜ୍ୟ ଜନସ୍ଵାସ୍ଥ୍ୟ ଅଧିକାରୀ ଓ କେନ୍ଦ୍ର ପକ୍ଷରୁ ଏକ ତିନି ଜଣିଆ ଟିମ୍ ଗାଁରେ ପହଞ୍ଚିଥିଲେ । ଗାଁର ସମସ୍ତ ଜଳଉତ୍ସଗୁଡ଼ିକୁ ଯାଞ୍ଚ କରିବା ସହିତ ଲୋକଙ୍କୁ ପାଣି ଫୁଟାଇ ପିଇବା ଓ ଟ୍ୟାଙ୍କର୍ ଯୋଗେ ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ବ୍ୟବହାର କରିବାକୁ  କୁହାଯାଇଛି । 

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ୨୦ ଘଣ୍ଟା ଧରି କେଦାରନାଥରେ ଲାଗି ରହିଛି ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର
  • ରାଜଧାନୀରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି, କମିଛି ହତ୍ୟା ଓ ଚୋରି ଭଳି ଅପରାଧ
  • ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ
  • ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?
  • ଆଜିଠୁ କମିବ କାଳବୈଶାଖୀ ପ୍ରଭାବ, ୧୨ରୁ ଗରମ, ଗୁଳୁଗୁଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In