• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଇଲେକ୍ଟ୍ରୋହୋମିଓପାଥିକୁ ସରକାରୀ ମାନ୍ୟତା ଦାବିରେ ବିଧାୟକଙ୍କ ସହ ଆଲୋଚନା

by Voice of Victims
June 25, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଇଲେକ୍ଟ୍ରୋହୋମିଓପାଥିକୁ ସରକାରୀ ମାନ୍ୟତା ଦାବିରେ ବିଧାୟକଙ୍କ ସହ ଆଲୋଚନା

ବାଲେଶ୍ଵର ( ଭିଓଭି ) ୨୪/୬ : – ଓଡିଶା ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ‌ସଂଘ ର ସଭାପତି ଡ଼ଃ ସରୋଜ କୁମାର ସାହୁଙ୍କ ନେତୃତ୍ବରେ ବାଲେଶ୍ଵର ଜିଲ୍ଲା ଇଲେକ୍ଟ୍ରୋହୋମିଓପାଥିକଚିକିତ୍ସକ ମାନଙ୍କର ଏକ ଟିମ୍ ସ୍ଥାନୀୟ ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଙ୍କୁ ଭେଟି ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସା ବିଜ୍ଞାନକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ସରକାର ପ୍ରଚେଷ୍ଟା କରିବାକୁ ଦାବି ଜଣାଇଛନ୍ତି।

ବିଧାୟକ ଶ୍ରୀ ଦତ୍ତ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସା ବିଜ୍ଞାନ ବିଷୟରେ ଏବଂ ବାଲେଶ୍ଵର ଜିଲ୍ଲାରେ ଏହାର ସ୍ଥିତି ସମ୍ପର୍କରେ ସବିଶେଷ ସମୀକ୍ଷା କରିବା ପରେ ଇଲେକ୍ଟ୍ରୋହୋମିଓପାଥିକ୍ ଭଳି ଏକ ଉତ୍କୃଷ୍ଟ ଚିକିତ୍ସା ବିଜ୍ଞାନ କୁ ସରକାରୀ ମାନ୍ୟତା ପାଇଁ ସେ ଉଦ୍ୟମ କରିବେ ଏବଂ ଆସନ୍ତା ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବାକୁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଶ୍ରୀ ସାହୁ ବାଲେଶ୍ଵର ଜିଲ୍ଲା ଚିକିତ୍ସକ ସଂଘର କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷ ଚିକିତ୍ସକ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ସଂଘ ର ସଭାପତି ଡ଼ଃ ପର୍ଶୁରାମ ସେଠୀ , ସମ୍ପାଦକ ଡଃ ଅରବିନ୍ଦ ପାତ୍ର , ଡ଼ଃ ରାମଚନ୍ଦ୍ର ପ୍ରଧାନ , ଡ଼ଃ ପରମାନନ୍ଦ ବାଗ୍ , ଡ଼ଃ ଅମୀୟ ତାଲଦି , ଡ଼ଃ ରତନ କୁମାର ପାତ୍ର , ଡ଼ଃ ମନୋରଞ୍ଜନ ମହାରଣା, ଡ଼ଃ ନାରାୟଣ ଚନ୍ଦ୍ର ଦାସ ଏବଂ ଡଃ ରୀନା ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Post Views: 165
Share219Tweet137Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In