ଢେଙ୍କାନାଳ (ଭିଓଭି): ଢେଙ୍କାନାଳ ପୋୖରପାଳିକା ସହରକୁ ସରସ ସୁନ୍ଦର କରିବା ତଥା ମହାନ୍ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନ ଦେବା ପାଇଁ ସର୍ବଦା ଚେଷ୍ଟିତ। କିନ୍ତୁ ଏଠି ବ୍ୟକ୍ତିକ୍ରମ ଦେଖାଦେଇଛି। ଢେଙ୍କାନାଳ କଲେଜ ଅଞ୍ଚଳର ଦୃଶ୍ୟ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ପ୍ରତି ଅପମାନ ସଦୃଶ ହୋଇଛି। ଢେଙ୍କାନାଳ ପୋୖରପାଳିକାର ଦାୟିତ୍ବହୀନତା ଯୋଗୁଁ କାନ୍ଥରେ ଅଙ୍କାଯାଇଥିବା କୈଳାସ ସତ୍ୟାର୍ଥୀଙ୍କ ଚିତ୍ର କଡ଼ରେ ଆବର୍ଜନା ଜମା ହୋଇ ରହିଛି। କୈଳାସ ସତ୍ୟାର୍ଥୀଙ୍କ ଚିତ୍ର କଲେଜ କାନ୍ଥରେ ଅଙ୍କାଯାଇଥିବା ବେଳେ ତାହା ଏବେ ଡମ୍ପିୟାର୍ଡରେ ପରିଣତ ହୋଇଛି । ସେଠାରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ। ଏଥିପ୍ରତି ଢେଙ୍କାନାଳ ପୋୖରପାଳିକା ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
