ପୁରୀ (ଭିଓଭି): ପୁରୀ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ‘ଶଙ୍ଖକ୍ଷେତ୍ର ଫାଉଣ୍ଡେସନ’ ର ଏକ ସାଧାରଣ ବୈଠକ ସ୍ଥାନୀୟ ଆଖଣ୍ଡଳମଣି ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ଏକ ଜିଲ୍ଲା ସ୍ତରୀୟ କ୍ଲାସିକାଲ, ମଡର୍ଣ୍ଣ ଡ୍ୟାନ୍ସ, ଲିଟିଲ ମିସ୍, ଝୋଟି, ରଙ୍ଗୋଲି, ଡିବେଟ୍, ଯୋଗ, ମିସ୍ ପୁରୀ ପ୍ରତିଯୋଗୀତା କାର୍ଯ୍ୟକ୍ରମ ର ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଡାନ୍ସ ଏକାଡେମୀ ମାନଙ୍କରେ ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ଅନୁଷ୍ଠାନର ସମ୍ପାଦିକା. ଗୀଚାଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡଃ ଧୀରେନ୍ ରାୟ ସଭାପତିତ୍ଵ କରିଥିବା ବେଳେ ଉପଦେଷ୍ଟା ରତ୍ନାକର ଦାଶ, ଡଃ ରଶ୍ମି ରଞ୍ଜନ ମହାରଥା, ସଂଯୋଜକ ରାଜେଶ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ଏବଂ ରେଣୁବାଳା ଜୟସିଂହ, ଅଞ୍ଜଳି ସ୍ଵାଇଁ, ସୌଦାମିନି ଜୟସିଂହ, ଲଲାଟେନ୍ଦୁ ମିଶ୍ର, ବିଜୟ କୁମାର ରଥ, ଶିବ ଭୂଷଣ ବରାଳ, ମାନସ ରଞ୍ଜନ ପତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
