• About Us
  • Contact Us
Saturday, February 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ : ଶିକ୍ଷକଙ୍କ ଜ୍ଞାନ ବିନିମୟ ଓ ଶିକ୍ଷାର ଗୁଣଗତ ଉନ୍ନତି ଉପରେ ଗୁରୁତ୍ୱ

by Voice of Victims
February 14, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ : ଶିକ୍ଷକଙ୍କ ଜ୍ଞାନ ବିନିମୟ ଓ ଶିକ୍ଷାର ଗୁଣଗତ ଉନ୍ନତି ଉପରେ ଗୁରୁତ୍ୱ

ରଣପୁର, ୧୩/୦୨: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୟାଗଡ, ରାଜସୁନାଖଳା ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାଠଚକ୍ର ଗୁରୁବାର ଉଦଘାଟିତ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏହି ପାଠଚକ୍ର ୧୨ ଓ ୧୩ ଫେବୃଆରୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଶିକ୍ଷକମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ, ପାଠଦାନ କୌଶଳ ଓ ଶିକ୍ଷାର ଗୁଣଗତ ଉନ୍ନତି ଉପରେ ଆଲୋଚନାର ମଞ୍ଚ ସୃଷ୍ଟି କରିଥିଲା |

ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଏ.ଡି.ଏମ. ରୋଜିନା ଦାଶ ଯୋଗଦେଇ ଶିକ୍ଷା ମାଧ୍ୟମରେ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେ କହିଥିଲେ, ପାଠଚକ୍ର ଭଳି କାର୍ଯ୍ୟକ୍ରମ ଶିକ୍ଷକଙ୍କୁ ନୂତନ ଧାରଣା ଓ ନୂତନ ପାଠଦାନ ପ୍ରଣାଳୀ ସହ ପରିଚିତ କରାଇ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଉନ୍ନତ କରିଥାଏ।

ସ୍ୱତନ୍ତ୍ର ଅତିଥି ଭାବେ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଯୋଗଦେଇ ଶିକ୍ଷକମାନଙ୍କ ନିଷ୍ଠା ଓ ସମର୍ପଣ ଭାବନାକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଅକ୍ଷୟ କୁମାର ମହାନ୍ତି ପାଠଚକ୍ର ମାଧ୍ୟମରେ ଅଭିଜ୍ଞତା ବିନିମୟ ଶିକ୍ଷାକ୍ଷେତ୍ରରେ ନୂତନ ଦିଗ ଖୋଲିଥାଏ ବୋଲି ମତପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ପ୍ରଫେସର ପ୍ରକାଶ କୁମାର ସାହୁ, ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ସନ୍ତୋଷ କୁମାର ମିଶ୍ର ଓ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ପ୍ରମୁଖ ଯୋଗଦେଇ ପାଠଚକ୍ରର ଗୁରୁତ୍ୱ ଉପରେ ମତ ରଖିଥିଲେ।

ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପ୍ରଦାନ କରି ଅତିଥିମାନଙ୍କୁ ଆତ୍ମୀୟ ସ୍ୱାଗତ ଜଣାଇଥିଲେ। ଶିକ୍ଷକ ପ୍ରଶିକ୍ଷକ ମାନସ ରଞ୍ଜନ ସାହୁ ବିଭୁ ବନ୍ଦନା ପ୍ରଦାନ କରିଥିବାବେଳେ, ଦୀପକ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ “ସୁରଭି” ନାମକ ପତ୍ରିକା ଉନ୍ମୋଚନ କରାଯାଇଥିଲା, ଯାହା ପ୍ରତିଷ୍ଠାନର ଶିକ୍ଷାମୂଳକ କାର୍ଯ୍ୟକଳାପର ଏକ ଦର୍ପଣ ଭାବେ ପରିଚିତ ହେବ।

ପାଠଚକ୍ରର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ପ୍ରତାପ କୁମାର ମହାପାତ୍ର ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ପାଠଚକ୍ର ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବା ସହିତ ଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସମସ୍ତେ ମତପ୍ରକାଶ କରିଥିଲେ |

Post Views: 47
Share200Tweet125Send
Voice of Victims

Voice of Victims

Recent Posts

  • ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି 
  • ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ : ମୋଦି ଦେଖିଲେ ଏରିଅଲ ଶୋ, ରାଜପଥରୁ ଉଡ଼ିଲା ରାଫେଲ ଏବଂ ସୁଖୋଇ
  • ମୁମ୍ୱାଇରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ଚାପି ହୋଇ ରହିଛି ଅନେକ ଗାଡ଼ି; ୪ ଆହତ
  • ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ
  • କେନ୍ଦୁଝରରେ ହେବ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In