ବାଲେଶ୍ଵର (ଭିଓଭି); ୬/୯ –ଗୁରୁ ଶବ୍ଦଟି ଭାରି ବ୍ୟାପକ। ଦୁଇଟି ଅକ୍ଷରରେ ଥାଏ କୋଟି କୋଟି ଭାବାର୍ଥ। ତାଙ୍କର ତୁଳନା ନାହିଁ କି ବର୍ଣ୍ଣନା ନାହିଁ। ଗୁରୁ ପିଢ଼ି ପରେ ପିଢ଼ି ନୂଆ ପିଢ଼ି ତିଆରି କରନ୍ତି। ସେ ହିଁ ଜୀବନ୍ତ ଈଶ୍ବର, ସେ ହିଁ ମଣିଷ ତିଆରି କାରଖାନାର ମାଲିକ। ଏହି ପରିପ୍ରେକ୍ଷୀରେ ଆଜି ବାଲିଆପାଳ ବ୍ଲକ୍ ମଧୁପୁରା ପଞ୍ଚାୟତ ସ୍ଥିତ ହାସିମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଦୟ ନାରାୟଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ ଏବଂ ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ବାରା ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବାଲିଆପାଳ ବିଧାୟିକା ସୁବିସୀନି ଜେନା ଯୋଗଦେଇ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ପୂଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ ।

ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଗୁରୁଙ୍କୁ ସମ୍ମାନ କରିବା , ତାଙ୍କୁ ପୂଜା କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଓ ବିଦ୍ୟାଳୟ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଯାଇଥିଲା ।
