ବାଲେଶ୍ଵର (ଭିଓଭି) ୨୭/୦୧ :- ମଣିଷ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥିବାବେଳେ ବାଲେଶ୍ଵରରେ ଅନୁଷ୍ଠିତ ହୋଇଛି କୁକୁର ପ୍ରତିଯୋଗିତା । ଗୋଟେ ପଟେ ରାସ୍ତାର ବୁଲା କୁକୁର ବଞ୍ଚି ରହିବାକୁ ଚାହୁଁଥିବା ବେଳେ ଅନ୍ୟ ପଟେ ବିଦେଶୀ କୁକୁର ପାଳନ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଉକ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ୨୦ରୁ ଅଧିକ ପ୍ରଜାତିର ୧୪୦ରୁ ଉର୍ଦ୍ଧ୍ବ କୁକୁର ଭାଗ ନେଇଛନ୍ତି ।
କୁକୁର ଅତ୍ୟନ୍ତ ବିଶ୍ଵସ୍ତ ହୋଇଥିବାରୁ କିଛି ଲୋକ କୁକୁରକୁ ନିଜ ପିଲା ଭଳି ପାଳୁଛନ୍ତି । ଘରେ ଏକୁଟିଆ ରହୁଥିବା ବୃଦ୍ଧବୃଦ୍ଧାଙ୍କର ନିଃସଂଗତାର ସାଥୀ ବୋଲି ସାଧାରଣରେ ଆଲୋଚନା ହୋଇଛି । ଭବିଷ୍ୟତରେ ମଣିଷ ମଣିଷକୁ ଭଲ ନ ପାଇ କୁକୁରର ଭଲ ପାଇବାର ବଶବର୍ତ୍ତୀ ହେବ ବୋଲି ସାଧାରଣରେ ଆଲୋଚନା ର ବିଷୟ ହେଉଛି।
