• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା

by Voice of Victims
January 20, 2025
in ମୁଖ୍ୟ ଖବର, ରାଜ୍ୟ
ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା

ଭୁବନେଶ୍ବର: ସାତପଡ଼ା ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା। ତିନିଦିନ ଧରି ଚାଲିବ ଡଲଫିନ ଗଣନା । ଭୋର ୬ଟା ରୁ ଆରମ୍ଭ କରି ଦିନ ୧୨ଟା ପର୍ୟ୍ୟନ୍ତ ଚାଲିବ ଡଲଫିନ ଗଣନା। ଏହି ଗଣନାରେ ମୋଟ ୧୮ ଟିମ୍ ସାମିଲ ହୋଇଛନ୍ତି।  ସୂଚନାନୁଯାୟୀ, ସାତପଡ଼ା ରେଞ୍ଜ ପଟୁ ୮ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ ୧୦ ଟି ଦଳ ମୋଟ ୧୮ ଟି ଦଳ ଡଲଫିନ ଗଣନା ଜାରି ରଖିଥିବା ସହକାରୀ ବନ ସଂରକ୍ଷକ ପ୍ରମୋଦ କୁମାର ସେଠୀ ପ୍ରକାଶ କରିଛନ୍ତି। ଗୋଟାଏ ଦଳରେ ୮ ରୁ ୯ ଜଣ ଗଣନାକାରୀ ରହିଛନ୍ତି। ଏହି ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ, ବନ କର୍ମଚାରୀ, ଡଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ, ପରିବେଶବିତଙ୍କ ସହିତ ବୋଟ୍ ଚାଳକ ସାମିଲ ହୋଇଛନ୍ତି । ଜିପିଏସ, ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି କରାଯାଉଛି। ଆଜି ମିଳିତ ଭାବେ ସମସ୍ତ ଗଣନାକାରୀ ଗଣନା କରି ସାରିବା ପରେ ଅବଶିଷ୍ଟ ଦୁଇ ଦିନ କେବଳ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପୁନଃ ଗଣନା କରିବେ। ସକାଳ ୬ ଟାରୁ ଦିବା ୧୨ଟା ପର୍ୟ୍ୟନ୍ତ ଡଲଫିନ୍ ଗଣନା କରାଯିବ। ଗଣନା ସମୟରେ ଡଲଫିନ୍ ଚଳପ୍ରଚଳ କରୁଥିବା ସ୍ଥାନ ମାନଙ୍କରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇବା ସହିତ ପର୍ୟ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। 

Post Views: 65
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In