• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘ବିଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁନି’: ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍

by Voice of Victims
May 27, 2025
in ଦେଶ ବିଦେଶ, ମୁଖ୍ୟ ଖବର
‘ବିଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁନି’: ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଠଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ କହିଛନ୍ତି ଯେ ଆମର ସଶସ୍ତ୍ର ବାହିନୀର ଶକ୍ତିରେ ମେ ୬ ତାରିଖ ରାତିରେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଏହି ଅପରେସନ ସିନ୍ଦୂର ଲୋକଙ୍କ ଶକ୍ତିରେ ଆଗକୁ ବଢ଼ିବ। ଯଦି ଆମେ ସମସ୍ତେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିର୍ମାଣରେ ଯୋଗଦାନ ଦେବା ଏବଂ ବିଶ୍ୱ ସ୍ତରରେ ଆମର ଅର୍ଥନୀତିକୁ ଚତୁର୍ଥ ସ୍ଥାନରୁ ତୃତୀୟ ସ୍ଥାନକୁ ନେବାକୁ ଚାହୁଁ, ତେବେ ଆମେ ବିଦେଶୀ ଉତ୍ପାଦ ଉପରେ ନିର୍ଭରଶୀଳ ହେବୁ ନାହିଁ। ଜନସାଧାରଣଙ୍କୁ ସମ୍ବୋଧନ କରି ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳତା କମାଇବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୋଦି କହିଛନ୍ତି, ଆମକୁ ଗାଁର ବ୍ୟବସାୟୀମାନଙ୍କୁ ଏହି ପ୍ରତିଶ୍ରୁତି ଦେବାକୁ ଉତ୍ସାହିତ କରିବା ଉଚିତ ଯେ ସେମାନେ ଯେତେ ଲାଭ କଲେ ମଧ୍ୟ, ସେମାନେ ବିଦେଶୀ ସାମଗ୍ରୀ ବିକ୍ରି କରିବେ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ପୂଜା କରୁଥିବା ସାଧାରଣ ଗଣେଶ ମୂର୍ତ୍ତି ମଧ୍ୟ ବିଦେଶରୁ ଆସେ। କିନ୍ତୁ ଆମ ସସ୍ତଙ୍କୁ ବିଦେଶୀ ସାମଗ୍ରୀକୁ ବ୍ୟବାହର କରିବା ଅନୁଚିତ। ଜଣେ ନାଗରିକ ଭାବରେ ଅପରେସନ ସିନ୍ଦୂର ପାଇଁ ଦେଶ ପାଇଁ କିଛି କାମ କରନ୍ତୁ। ଆପଣମାନେ ଘରକୁ ଯାଇ ୨୪ ଘଣ୍ଟା ମଧ୍ୟରେ ନିଜ ଘରେ ଥରେ ଆଖି ବୁଲାନ୍ତୁ ଏବଂ କେତେ ବିଦେଶୀ ଉତ୍ପାଦ ବ୍ୟବହାର କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଜନସାଧାରଣଙ୍କୁ ମୋଦି ଏପରି ଅପିଲ କରିଛନ୍ତି।

ମୋଦି ୧୯୪୭ ମସିହା ଭାରତ ବିଭାଜନ କଥାକୁ ମନେ ପକେଇଛନ୍ତି। ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ମନେ ପକାଇଛନ୍ତି ମୋଦି। ମୋଦି କହିଛନ୍ତି, ୧୯୪୭ରେ ଦେଶ ୩ ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କୀ ହମ୍‌ଲା ହୋଇଥିଲା। ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ହମ୍‌ଲା ହୋଇଥିଲା। ପାକିସ୍ତାନ ମୁଜାହିଦ୍ଦିନ ଆତଙ୍କବାଦୀମାନଙ୍କୁ ବ୍ୟବହାର କରି ମା’ ଭାରତୀର ଏକ ଅଂଶକୁ କବ୍‌ଜା କରିଥିଲା। ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ଯେପର୍ଯ୍ୟନ୍ତ ଆମେ POK ନ ପାଇଛୁ ଆମ ସଶସ୍ତ୍ର ବାହିନୀ ଆଗକୁ ବଢ଼ିବା ବନ୍ଦ ନକରନ୍ତୁ। କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ। ସେନେଇ ଗତ ୭୫ ବର୍ଷ ଧରି ଆମେ ଭୋଗୁଛୁ। ପହଲଗାମ୍ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଏକ ଉଦାହରଣ। ପାକିସ୍ତାନକୁ ଆମେ ଯୁଦ୍ଧରେ ତିନିଥର ପରାସ୍ତ କରି ସାରିଛୁ। ଆଗକୁ ଏପରି କିଛି ଘଟଣା ଯଦି ପୁଣି ହୁଏ ତେବେ ଆମେ କଡ଼ା ଜବାବ ଦେବୁ ବୋଲି କହିଛନ୍ତି ମୋଦି।

Post Views: 85
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In