ଆନନ୍ଦପୁର (ଭିଓଭି): ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ପାଠଚକ୍ର ତଥା ଦ୍ୱିତୀୟ ବୈତରଣୀ ସାହିତ୍ୟ ଉତ୍ସବ 2026, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଫକୀରପୁର ସରକାରୀ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଷେତ୍ରବାସୀ ଡି.ଏ.ଭି. ମହାବିଦ୍ୟାଳୟ, ନିରାକାରପୁର, ଖୋର୍ଦ୍ଧା ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ପ୍ରଭାତ କୁମାର ସହୁଙ୍କୁ ବୈତରଣୀ ପ୍ରବନ୍ଧ ସାହିତ୍ୟ ସମ୍ମାନ – ୨୦୨୬ ରେ ସମ୍ମାନୀତ କରାଯାଇଛି । ଏହି ଉତ୍ସବକୁ କେନ୍ଦୁଝର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ସୁନା ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସଂସ୍କୃତି ଗବେଷକ ଅନୀଲ ଧୀର, ମୁଖ୍ୟବକ୍ତା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ , ସମ୍ମାନିତ ଅତିଥି ରୂପେ ପ୍ରାବନ୍ଧିକ ରମାକାନ୍ତ ନାୟକ, ହଳଧର ପଣ୍ଡା, ସମାଜ ସଂସ୍କାରକ ସରୋଜ ସାହୁ, ସରକାରୀ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅ୍ୟାକ୍ଷ ଡକ୍ଟର କାର୍ତ୍ତିକେଶ୍ଵର ରାଉଳ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ଡକ୍ଟର ବଳଦେବ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ଦିଲ୍ଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କବି , ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
