• About Us
  • Contact Us
Friday, March 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

by Voice of Victims
March 20, 2026
in ଆଧ୍ୟାତ୍ମିକ, ଦେଶ ବିଦେଶ, ମୁଖ୍ୟ ଖବର
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ମଥୁରା : ଆଜି ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ରହିବା ସମୟରେ ବୃନ୍ଦାବନ ସ୍ଥିତ ଶ୍ରୀହିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚିଛନ୍ତି । ସେ ସେଠାରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଆଶ୍ରମରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି । ଏଥିସହ ସେ ଏକାନ୍ତରେ ବସି ପ୍ରେମାନନ୍ଦ ମହାରାଜଙ୍କ ସହ ମଧ୍ୟ ବାର୍ତ୍ତାଳୋପ କରିଛନ୍ତି ।

ସୂଚନାନୁଯାୟୀ, ଦୁଇ ଜଣ ଏକାନ୍ତରେ ବସି ଆଧ୍ୟତ୍ମିକତା, ସେବା ଏବଂ ଜନ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜଙ୍କ ସରଳ ଜୀବନଯାପନ ଏବଂ ତାଙ୍କର ଆଧ୍ୟାତ୍ମିକ ଉପଦେଶ ପ୍ରତି ସମ୍ମାନ ପ୍ରକାଶ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ହୋଇଥିବା ସାକ୍ଷାତକାର ସମୟ ଆଶ୍ରମରେ ଭକ୍ତିମୟ ବାତାବରଣ ସୃଷ୍ଟି କରିଥିଲା । ଗତକାଲି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରି ଦ୍ରୌପଦୀ ମୁର୍ମୁ ମଥୁରାରେ ପହଞ୍ଚିଥିଲେ ।

ମଥୁରାରେ ରାଷ୍ଟ୍ରପତି ମୁର୍ମୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଜି ସକାଳୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସେ ତାଙ୍କ ଦିନର ଆରମ୍ଭ କରିଥିଲେ । ରାଷ୍ଟ୍ରପତି ରାଧାକେଲି କୁଞ୍ଜରେ ଥିବା ଆଶ୍ରମରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ପ୍ରବଚନ ମଧ୍ୟ ଶୁଣିଥିଲେ । ଏହାରି ମଧ୍ୟରେ ପ୍ରେମାନନ୍ଦ ମହାରାଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଏବଂ ହାତ ଯୋଡ଼ି ତାଙ୍କୁ ପ୍ରଣାମ କରିଥିଲେ ରାଷ୍ଟ୍ରପତି ମୁର୍ମୁ । ପ୍ରେମାନନ୍ଦ ଜୀ ମଧ୍ୟ ଖୁସି ମନରେ ‘ରାଧେ-ରାଧେ’ କହି ତାଙ୍କର ଶୁଭେଚ୍ଛା ଗ୍ରହଣ କରିଥିଲେ ।

ଅନ୍ୟପଟେ ଗତକାଲି ରାଷ୍ଟ୍ରପତି ମୁର୍ମୁ ଅଯୋଧ୍ୟାର ରାମ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ଚାଲିଥିବା ସ୍ୱତନ୍ତ୍ର ଧାର୍ମିକ ସମାରୋହର ସାମିଲ ହୋଇ ୧୫୦ କିଲୋଗ୍ରାମ ସୁନାରେ ତିଆରି ଶ୍ରୀ ରାମ ଯନ୍ତ୍ର ସ୍ଥାପନ କରିଥିଲେ । ରାଷ୍ଟ୍ରପତି ମୁର୍ମୁଙ୍କ ସରକାରୀ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖାଯାଇଛି ଯେ, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ଅଯୋଧ୍ୟା ଧାମରେ ​​ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ପୂଜା କରିଥିଲେ । ପବିତ୍ର ଅଯୋଧ୍ୟା ଧାମରେ ​​ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଥିଲେ । ଏହା ବ୍ୟତୀତ ସେ ରାମ ଲାଲ୍ଲାଙ୍କ ମନ୍ଦିରରେ ଦର୍ଶନ କରି ଆରତୀ କରିଥିଲେ ଏବଂ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରଭୁ ରାମ ଲାଲ୍ଲାଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ ।”

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ
  • ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
  • କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ଅଜଣା ନମ୍ବରରୁ ଆସିଥିଲା କଲ୍
  • ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ ଗଣତିମଣତି
  • ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In