• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ରେଡ୍ ବେଳେ ଘରୁ ମିଳିଲା ନଗଦ ଦେଢ଼ କୋଟି ଟଙ୍କା

by Voice of Victims
February 5, 2025
in ମୁଖ୍ୟ ଖବର, ରାଜ୍ୟ
ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ, ରେଡ୍ ବେଳେ ଘରୁ ମିଳିଲା ନଗଦ ଦେଢ଼ କୋଟି ଟଙ୍କା

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ମାଲକାନଗିରି ଜଳ ସମ୍ପଦ ବିଭାଗ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ରେଡ୍ ବେଳେ ମିଳିଲା ନଗଦ ଦେଢ଼ କୋଟି ଟଙ୍କା । ଜୟପୁରସ୍ଥିତ ଘର ଓ ମାଲକାନଗିରି MV-8ରେ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି  । ମାଲକାନଗିରି, କଟକ, ଭୁବନେଶ୍ବର, ଜୟପୁର ସମେତ ୮ଟି ସ୍ଥାନରେ ଚାଲିଛି ରେଡ୍ । କଟକ ବାଲିସାହିସ୍ଥିତ ପୈତୃକ ଘରେ, ଭୁବନେଶ୍ବର ହାଉସିଂ ବୋର୍ଡ କଲୋନୀ, ଭୀମଟାଙ୍ଗୀରେ ଚଢାଉ ଚାଲିଛି ।  ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ । ବିଭାଗର ଅନ୍ୟ ୩ କର୍ମଚାରୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ଓ ଜଣେ ଠିକା କର୍ମଚାରୀଙ୍କ ଘରେ ରେଡ୍ ଚାଲିଛି । ସୂଚନା ଅନୁସାରେ ଗତକିଛି ଦିନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଥିଲା। ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା । ଭୁବନେଶ୍ୱର, ବାଲେଶ୍ଵର, ଯାଜପୁର ଓ ସୁନ୍ଦରଗଡ଼ରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Post Views: 139
Tags: During the raid
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In