• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜବରଦଖଲ ବେଳେ ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା

by Voice of Victims
February 18, 2024
in ମୁଖ୍ୟ ଖବର, ରାଜ୍ୟ
ଜବରଦଖଲ ବେଳେ ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା

ଭୁବନେଶ୍ବର : ଜବର ଦଖଲ ବେଳେ ଅଘଟଣ ଘଟିଛି। ତହସିଲଦାର ଏବଂ ପୋଲିସ ଆଗରେ ବିଷ ପିଇ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ଏହି ଭଳି ସାଘାଂତିକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଚାଂୟତର କୋଚିଆଖାଲ ଗ୍ରାମରେ। ସୂଚନା ଅନୁଯାୟୀ କୋଚିଆଖାଲ ଗ୍ରାମର କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ ସରକାରୀ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ। ଯାହାକୁ ନେଇ ତାଙ୍କ ପଡୋଶୀଙ୍କ ସହ ବାରମ୍ବାର ବିବାଦ ଉପୁଜିଥିଲା। ଏବଂ ପଡୋଶୀ ଏହାକୁ ଭାଗିଂବା ପାଇଁ ଉଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇମାସ ତଳେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀଙ୍କ ଏକ ଘରକୁ ପ୍ରଶାସନ ଉଚ୍ଛେଦ କରିଥିଲେ। ଅନୁରୂପ ଭାବେ ଆଜି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ସରକାରୀ ଗୋଚର ଯାଗାରେ କରିଥିବା ଦୋକାନ ଘରଟିକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ବେଗୁନିଆ ପୋଲିସ ସହ ସ୍ଥାନୀୟ ଆରଆଇ ଯାଇଥିଲେ। କିନ୍ତୁ ଦୋକାନ ଘରେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ ବେପାର କରି ଚଳୁଥିବାରୁ ଦୋକାନ ଭାଗିଂଲେ ଚଳିବୁ କିପରି କହିବା ସହ ଏପରି ଶହ ଶହ ଲୋକ ସରକାରୀ ଯାଗା ଜବରଦଖଲ କରି ଅଛନ୍ତି କହି ପ୍ରତିବାଦ କରିଥିଲେ। ସେହିପରି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମିତା ପାଟ୍ଟଶାଣୀ ଉଚ୍ଛେଦ କରିବାକୁ ଆସିଥିବା ଅଧିକାରୀଙ୍କ ସାମ୍ନାରେ କୀଟନାଶକ ଔଷଧ ପିଇଥିଲେ। ତହସିଲଦାର, ଡାଳତୋଡା ଆରଆଇ , ବେଗୁନିଆ ଥାନା ଅଧିକାରୀଙ୍କ ଉପସ୍ଥି ରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିଲା। ସଗେଂ ସଗେଂ ଖୋର୍ଦ୍ଧା ଏସଡିପିଓ ବେଗୁନିଆ ତହସିଲଦାର ମିତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭତ୍ତି କରିଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରାଯାଇଛି। ସେପଟେ ତହସିଲଦାର ତାପସ ବିଶି କହିଛନ୍ତି କୃଷ୍ଣ ଚନ୍ଦ୍ର ଏକ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ ଏବଂ ଏହାକୁ ନେଇ ତାଙ୍କ ପଡୋଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆମେ ଜବଲଦଖଲ ଉଛେଦ ପାଇଁ ଯାଇଥିଲୁ। ଏବଂ ସେଠାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଆମେ ଜବରଦଖଲ କାର୍ଯ୍ୟକୁ ବର୍ତମାନ ପାଇଁ ସ୍ଥଗିତ ରଖିଛୁ। ସେପଟେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ କହିଛନ୍ତି ମୁଁ ଗରିବ ଲୋକ ଗତ ଦୁଇମାସ ତଳେ ଗୋଟିଏ ଘର ଭାଗିଂଥିଲେ ଆଉ ଗୋଟିଏ ଘରେ ଦୋକାନ କରି ଚଳୁଛି ଏବେ କିପରି ଚଳିବି ବୋଲି ଭାରସାମ୍ୟ ହରାଇ ମୋ ସ୍ତ୍ରୀ ବିଷ ପିଇଛି ବୋଲି କହିଛନ୍ତି। ଏହି ଭଳି ଘଟଣା ଆଜି ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

Post Views: 47
Tags: During the seizure
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In