ନୂଆଦିଲ୍ଲୀ: ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା NCSପକ୍ଷରୁ ମିଳିଛି । ଏଥିରେ କାହାର କ୍ଷୟକ୍ଷତି ଘଟି ଥିବା ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ସୂଚନାନୁଯାୟୀ, ଆସାମରେ ଭୂକମ୍ପ ମଙ୍ଗଳବାର ସକାଳ ପ୍ରାୟ ୯.୨୨ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୫ କିଲୋମିଟର ଗଭୀରତାରେ ରହିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ୨୬.୫୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ୯୩.୧୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ଯାହା ପରେ ଭୟରେ ଲୋକେ ଘରୁ ବାହାରକୁ ଦୌଡିବା ଆରମ୍ଭ କରିଥିଲେ ।

ଏହା ସହିତ ସୋମବାର ଦିନ ଆଣ୍ଡାମାନ ସାଗରରେ ୪.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ରବିବାର ଦିନ ମଧ୍ୟ ସମାନ ସ୍ଥାନ ଏବଂ ସମାନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
ନିକଟରେ ଜମ୍ମୁ ଏବଂ କାଶ୍ମୀରରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଯାହା ସନ୍ଧ୍ୟା ସମୟରେ ହୋଇଥିଲା । ସେହି ଭୂକମ୍ପରେ କାହାର କ୍ଷୟକ୍ଷତି ଘଟିଥିବା ସୂଚନା ନାହିଁ । ଯାହାର କେନ୍ଦ୍ରସ୍ଥଳ ୯ କିଲୋମିଟର ଗଭୀରତାରେ ଥିଲା ।
