ଦିଲ୍ଲୀ : ଆଜି ସକାଳେ ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତୀବ୍ରତା ୪.୧ ରହିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରେୱାଡିରେ ଥିଲା । ଫଳରେ ଲୋକେ ୟରେ ଘର ବାହାରକୁ ଦୌଡିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ସୂଚନାନୁଯାୟୀ, ଆଜି ସକାଳ ୯.୪ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ରେୱାଡିର ଗୁରୁଗ୍ରାମଠାରୁ ୪ କିଲୋମିଟର ଦୂରରେ ଥିଲା । ଯାହାଦ୍ବାରା ପୁରା ହରିୟାଣା, ପଞ୍ଜାବର କିଛି ସ୍ଥାନ ଏବଂ ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୫ କିଲୋମିଟର ଗଭୀରତାରେ ଥିଲା ।
