ନୂଆଦିଲ୍ଲୀ: ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିରୁ ୭ମ ସମନ ମିଳିଛି। ଇଡି ତାଙ୍କୁ ଜେରା ପାଇଁ ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ କହିଛି। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ସୋମବାର ଦିନ ଇଡି ସାମ୍ନାରେ ହାଜର ହେବାର ଥିଲା, ହେଲେ ସେ ହାଜର ହୋଇନଥିଲେ। ଦିଲ୍ଲୀରେ ଅଭିଯୋଗ ହୋଇଥିବା ମଦ ଦୁର୍ନୀତି ମାମଲାର ଜେରା ପାଇଁ କେଜ୍ରିୱାଲଙ୍କୁ ଇଡି ବାରମ୍ବାର ସମନ କରୁଛି। ଇଡିର ସମନକୁ ବେଆଇନ ବୋଲି କହି AAP କହିଥିଲା ଯେ, ଇଡି ସମନର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି। ଇଡି ନିଜେ କୋର୍ଟଙ୍କ ନିକଟକୁ ଯାଇଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍।
