• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମାର୍ଚ୍ଚ ୪ ରେ “ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ”ର ଶୁଭାରମ୍ଭ

by Voice of Victims
March 2, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମାର୍ଚ୍ଚ ୪ ରେ “ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ”ର ଶୁଭାରମ୍ଭ

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧି ମାନଙ୍କର ଏକ ଜାତୀୟ କର୍ମଶାଳା ଆୟୋଜନ କରାଯାଉଛି , ଯେଉଁଥିରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ “ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ” ର ଶୁଭାରମ୍ଭ କରାଯିବ। ଏହି ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ନିଖିଲ ଖଡ଼ସେ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ, ଏସଆଇଆରଡି ଏବଂ ପିଆର ଏବଂ ୟୁଏନ୍ଏଫପିଏ, ଟିଆରଆଇଏଫ୍ ଭଳି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସଶକ୍ତ ପଞ୍ଚାୟତ – ନେତ୍ରୀ ଅଭିଯାନ ଏକ ରଣନୈତିକ ପଦକ୍ଷେପ , ଯାହାର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ପାଇଁ କ୍ଷମତା ବୃଦ୍ଧି ହସ୍ତକ୍ଷେପକୁ ସୁଦୃଢ଼ କରିବା। ଏଥିରେ ସେମାନଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା, ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ଏବଂ ତୃଣମୂଳ ଶାସନରେ ସେମାନଙ୍କ ଭୂମିକାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମୀଣ ସ୍ଥାନୀୟ ଶାସନରେ ମହିଳା ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପଞ୍ଚାୟତିରାଜ ମନ୍ତ୍ରଣାଳୟ ସେମାନଙ୍କ ନେତୃତ୍ୱ ବୃଦ୍ଧି କରିବା ଏବଂ ନିଷ୍ପତ୍ତି ନେବାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏକ ରଣନୀତିକ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ପ୍ରଥମ ଥର ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)ର ତିନୋଟି ସ୍ତରରୁ ନିର୍ବାଚିତ ମହିଳା ପ୍ରତିନିଧିମାନେ ଏକ ଜାତୀୟ ମଞ୍ଚରେ ଏକାଠି ହୋଇ ଅର୍ଥପୂର୍ଣ୍ଣ ଓ କାର୍ଯ୍ୟଭିତ୍ତିକ ଆଲୋଚନା କରିବେ। ଏହି ଐତିହାସିକ କାର୍ଯ୍ୟକ୍ରମରେ ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ୧୨୦୦ରୁ ଅଧିକ ପଞ୍ଚାୟତ ମହିଳା ନେତ୍ରୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ହେବ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପଂଚାୟତ ଗୁଡିକର ବିଶିଷ୍ଟ ମହିଳା ନେତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା , ଯେଉଁମାନେ ଗ୍ରାମୀଣ ସ୍ଥାନୀୟ ସ୍ୱୟଂ ଶାସନରେ ଉଦାହରଣମୂଳକ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଏହି କର୍ମଶାଳାରେ ମହିଳା ନିର୍ବାଚିତ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ମଡ୍ୟୁଲ୍ ର ଶୁଭାରମ୍ଭ କରାଯିବା ସହ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଲିଙ୍ଗଭିତ୍ତିକ ହିଂସା ଏବଂ ହାନିକାରକ ଅଭ୍ୟାସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଆଇନ ଉପରେ ଏକ ପ୍ରାଥମିକ ତାଲିମ ମଡ୍ୟୁଲ୍ ର ଶୁଭାରମ୍ଭ କରାଯିବ। ଜାତୀୟ କର୍ମଶାଳାରେ ସ୍ଥାନୀୟ ଶାସନରେ ମହିଳା ମାନଙ୍କର ଭାଗୀଦାରୀକୁ ସମ୍ବୋଧିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଯଥା ” ପିଆରଆଇରେ ମହିଳାଙ୍କ ଭାଗୀଦାରୀ ଏବଂ ନେତୃତ୍ୱ : ସ୍ଥାନୀୟ ସ୍ୱୟଂ ଶାସନରେ ଗତିଶୀଳତା ପରିବର୍ତ୍ତନ ” ଉପରେ ସତର୍କତାର ସହ ପ୍ରସ୍ତୁତ ପ୍ୟାନେଲ ଆଲୋଚନା ହେବ, ଯେଉଁଥିରେ ମହିଳା ପ୍ରତିନିଧିତ୍ୱ କିପରି ଗ୍ରାମୀଣ ଶାସନ ଢାଞ୍ଚାକୁ ନୂତନ ରୂପ ଦେଉଛି ଏବଂ ” ମହିଳା ନେତୃତ୍ୱାଧୀନ ସ୍ଥାନୀୟ ଶାସନ: ଡବ୍ଲ୍ୟୁଇଆର ଦ୍ୱାରା କ୍ଷେତ୍ରୀୟ ହସ୍ତକ୍ଷେପ” ବିଷୟରେ ଅନୁଧ୍ୟାନ କରାଯିବ, ଯେଉଁଥିରେ  ସ୍ୱାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, ମହିଳା ଓ ବାଳିକାଙ୍କ ସୁରକ୍ଷା, ଅର୍ଥନୈତିକ ସୁଯୋଗ ଏବଂ ଡିଜିଟାଲ ରୂପାନ୍ତର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆଲୋଚନାରେ ଜଳସମ୍ପଦ , ନଦୀ ଉନ୍ନୟନ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ ଏବଂ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସଚିବ ଶ୍ରୀମତୀ ଅଳକା ଉପାଧ୍ୟାୟଙ୍କ ପରି ବରିଷ୍ଠ ଅଧିକାରୀ ଅଧ୍ୟକ୍ଷତା କରିବା ସହିତ , ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଉଚ୍ଚସ୍ତରୀୟ ଦକ୍ଷତା ଆଣିବେ। ୟୁଏନ୍ଏଫପିଏ ପକ୍ଷରୁ ଆୟୋଜିତ ମହିଳାଙ୍କ ସଫଳତା ଓ ନମନୀୟତାକୁ ନେଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜାତୀୟ କର୍ମଶାଳାରେ ଏକ ଜୀବନ୍ତ ଦିଗ ଯୋଡ଼ିବ, ଯେଉଁଥିରେ ସମାଜ ପ୍ରତି ମହିଳାଙ୍କ ଅବଦାନକୁ ସମ୍ମାନିତ କରୁଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯିବ। ଏହି ଜାତୀୟ କର୍ମଶାଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛି, ଯାହା ସମ୍ପର୍କରେ ‘ମନ୍ କି ବାତ୍’ ର ୧୧୯ତମ ଏପିସୋଡ୍ ରେ ଆଲୋକପାତ କରାଯାଇଛି, ଯେଉଁଥିରେ ରାଷ୍ଟ୍ର ନିର୍ମାଣରେ ‘ନାରୀ ଶକ୍ତି’ର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି। ଦେଶରେ ମହିଳା ଓ ବାଳିକାମାନଙ୍କ ସମୃଦ୍ଧି ପାଇଁ ଅନୁକୂଳ ପରିବେଶ ସୁନିଶ୍ଚିତ କରି ସୁରକ୍ଷିତ, ସମାବେଶୀ, ଲିଙ୍ଗ ସମ୍ବେଦନଶୀଳ ଏବଂ ସାମାଜିକ ଭାବେ ନ୍ୟାୟସମ୍ପନ୍ନ ଗ୍ରାମ ପଞ୍ଚାୟତ ଗଠନ ଦିଗରେ ସରକାରଙ୍କ ସମର୍ପଣକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In