• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ଆତଙ୍କୀ ନିହତ

by Voice of Victims
May 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୪ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଜମ୍ମୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟର ସକାଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ  ଆଉ ୩ ଆତଙ୍କୀ ଟଳିଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଞ୍ଚଳକୁ ଘେରାବନ୍ଦି କରି ରଖିଛନ୍ତି ସୁରକ୍ଷାକର୍ମୀ ।

ତେବେ ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିଛି । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ମଙ୍ଗଳବାର ସକାଳେ ଏକ ଅଭିଯାନରେ ଲସ୍କର-ଏ-ତୋଏବାର ଆତଙ୍କୀକୁ ଘେରାବନ୍ଦି କରାଯାଇଛି । ଆତଙ୍କୀ ସହିତ ଗୁଳିବିନିମୟରେ ସୁରକ୍ଷାବଳ ଜଣେ ଆତଙ୍କୀ ନିହତ ହୋଇଛି । ଘଟଣା ସ୍ଥଳରେ ଅତିକମରେ ଆଉ ଦୁଇ ଜଣ ଆତଙ୍କୀ ଲୁଚିଥିବା ଆଶଙ୍କା କରାଯାଉଛି । ଦୁଇ ପକ୍ଷରୁ ଫାୟାରିଂ ଜାରି ରହିଛି । ପ୍ରଥମେ ସେନା ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କୀ । ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେତାବନୀ ଦେଇଛନ୍ତି ଯେ, ଭାରତ ପାକିସ୍ତାନ ବିରୋଧରେ କେବଳ “ବିରାମ” ଦେଇଛି । ସୀମା ପାରରୁ ଅନ୍ୟ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ଭାରତ କଡ଼ା ଜବାବ ଦେବ ।

ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି । ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି । ତେବେ ଏହି ୩ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In