ନୂଆଦିଲ୍ଲୀ: ହେଡିଂଲେରେ ଲିଡ୍ସ ଟେଷ୍ଟ ଭାରତ ହାରିବା ପରେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଶୀର୍ଷ ସ୍ଥାନ ଗ୍ରହଣ କରିଛି ଇଂଲଣ୍ଡ । ପ୍ରଥମ ଟେଷ୍ଟରୁ ହାରିବା ପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଭାରତ ପ୍ରଥମ ସ୍ଥାନରୁ ସିଧା ଯାଇ ୪ର୍ଥ ସ୍ଥାନରେ ପହଞ୍ଚିଛି । ଲିଡ୍ସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ହାରିଛି ଭାରତ । ଇଂଲଣ୍ଡ ଭାରତକୁ ୫ ୱିକେଟରେ ହରାଇ ୧୨ ପଏଣ୍ଟ ହାସଲ କରିଛି । ସେପଟେ ଭାରତ ଟେଷ୍ଟରେ ହାରିବା ପରେ ତଳକୁ ଖସିଛି । ଭାରତ ହାରିବା ପରେ କୌଣସି ପଏଣ୍ଟ ହାସଲ କରିନାହିଁ ।

ଟିମ୍ ଇଣ୍ଡିଆ WTC ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲା । ଏଥିପାଇଁ ଭାରତ ଚଳିତବର୍ଷ ୨୦୧୯-୨୧ରେ ନମ୍ବର ୧ ସ୍ଥିତିରେ ରହିଥିଲା । ୨୦୨୧-୨୩ରେ ଭାରତୀୟ ଟିମ୍ ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ଚଳିତଥର ୨୦୨୩-୨୫ରେ ଟିମ୍ ୪ର୍ଥ ସ୍ଥାନରେ ପହ୍ଚିଛି । ଭାରତ ଟେଷ୍ଟରେ ଲଗାତାର ଅସ୍ଥିର ପ୍ରଦର୍ଶନ କରୁଥିବା ଯୋଗୁଁ ଗତ ୮ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୬ଟି ହାରିବା ପରେ ଏବେ WTC ଫାଇନାଲରେ ରହିବା ପାଇଁ ପ୍ରତିଟି ମ୍ୟାଚ ଜିତିବା ଜରୁରୀ ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜୁଲାଇ ୨ ତାରିଖରୁ ବର୍ମିଘମରେ ଆଡବେଷ୍ଟନରେ ଖେଳାଯିବ । ଏହାପରେ ସିରିଜର ୩ୟ ମ୍ୟାଚ ଜୁଲାଇ ୧୦ରୁ ୧୪ ଏବଂ ଚତୁର୍ଥ ମ୍ୟାଚ ମାଞ୍ଚେଷ୍ଟରରେ ୨୩ରୁ ୨୭ ଜୁଲାଇ ଯାଏ ଖେଳାଯିବ । ସେହିପରି ଶେଷ ମ୍ୟାଚ ୩୧ ଜୁଲାଇରୁ ୪ ଅଗଷ୍ଟ ଯାଏଁ ଖେଳାଯିବ । ଇଂଲଣ୍ଡ ଗସ୍ତ ପରେ ଟିମ୍ ଇଣ୍ଡିଆ ଚଳିତବର୍ଷ ଶେଷକୁ ୱେଷ୍ଟଇଣ୍ଡିଜ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଘେରାଇ ମଇଦାନରେ ୨-୨ ଟେଷ୍ଟ ସିରିଜ ଖେଳିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଅହମଦାବାଦ ଏବଂ ଦିଲ୍ଲୀରେ ଖେଳିବ । ସେହିପରି ସାଉଥ ଆଫ୍ରିକା ବିପକ୍ଷରେ କୋଲକତା ଏବଂ ଗୌହ୍ବାଟୀରେ ମ୍ୟାଚ୍ ଖେଳାଯିବ ।
