ସତ୍ୟବାଦୀ (ଭିଓଭି): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବୃଦ୍ଧ/ବୃଦ୍ଧା ତଥା ଶତକଡ଼ା ୮୦% ବା ଉର୍ଦ୍ଧ୍ଵ ଭିନ୍ନକ୍ଷମ/ଭିନ୍ନକ୍ଷମା ମାନଙ୍କ ପାଇଁ ପ୍ରଦତ୍ତ ବର୍ଦ୍ଧିତ ଭତ୍ତା ସତ୍ୟବାଦୀ ବ୍ଲକ୍ ପରିସରରେ ଆୟୋଜିତ ଶିବିରରେ ଶୁଭାରମ୍ଭ ହୋଇଯାଇଛି। ସତ୍ୟବାଦୀ ବ୍ଲକ୍ ର ଚବିଶି ଗୋଟି ପଞ୍ଚାୟତ ରୁ ବଛାବଛା ହିତାଧିକାରୀ ମାନଙ୍କ ଉପସ୍ଥିତିରେ ଏହି ଶିବିରର ଆୟୋଜନ ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଆୟୋଜନ କରାଯାଇଥିଲା। ଏହି ଶିବିର ଅପରାହ୍ନ ୨ଟାରେ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଓ ସାଂସଦ ଶ୍ରୀଯୁକ୍ତ ସମ୍ବିତ ପାତ୍ରଙ୍କ ଉପସ୍ଥିତି ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ସେମାନଙ୍କର ପହଞ୍ଚିଵାରେ ବିଳମ୍ବ ହେବାରୁ ପ୍ରାୟ ୫ଟା ସମୟରେ ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ ପାଣିଗ୍ରାହୀ, ବିଡ଼ିଓ ଲିପ୍ସା ରାଏ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରତିକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବିଷ୍ଣୁପ୍ରିୟା ବରାଳ ଓ ଜୟପୁର ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ଦିପକ ଶତପଥୀ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରା ଯାଇଥିଲା। ପରେ ବିଧାୟକ ଓ ସାଂସଦ ଏଥିରେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ଏହି ଅହେତୁକ ବିଳମ୍ବ ଯୋଗୁଁ ବୟସାଧିକ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମୋନିକା ଦାସ ଓ ବ୍ଲକ୍ କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀ ରମେଶ ଚନ୍ଦ୍ର ପଲେଇ ସଂଚାଳନ କରିଥିଲେ।
