• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୧ ଟଙ୍କା ନଆସିଲେ ବି ୧୭ରେ ମିଳିବ ଟଙ୍କା: ପ୍ରଭାତୀ

by Voice of Victims
September 16, 2024
in ମୁଖ୍ୟ ଖବର, ରାଜ୍ୟ
୧ ଟଙ୍କା ନଆସିଲେ ବି ୧୭ରେ ମିଳିବ ଟଙ୍କା: ପ୍ରଭାତୀ

ଭୁବନେଶ୍ୱର:ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ ହେବ । ତେବେ ଏହା ପୂର୍ବରୁ ପରୀକ୍ଷାମୂଳକଭାବେ ୧ ଟଙ୍କା ଲେଖାଏଁ କିଛି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇ ନାହିଁ ସେମାନଙ୍କୁ ଟଙ୍କା ମିଳିବ କି ନାହିଁ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି । ସେ କହିଛନ୍ତି ଯେ ଆକାଉଣ୍ଟକୁ ୧ ଟଙ୍କା ନଆସିଥିଲେ ବି ହିତାଧିକାରୀ ୧୭ରେ ସୁଭଦ୍ରା ଟଙ୍କା ପାଇବେ । ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିଲା । ସିଷ୍ଟମ ଚେକ କରିବାକୁ ୧ ଟଙ୍କାଳ ଲେଖାଏଁ  ପଠାଯାଇଥିଲା । ଯାହା ଆକାଉଣ୍ଟକୁ ୧ ଟଙ୍କା ଯାଇନଥିବ ସେ ବି ସୁଭଦ୍ରା ଟଙ୍କା ପାଇବେ । ସବୁ ଯୋଗ୍ୟ ହିତାଧିକାରୀ ପାଇବେ, ଆକାଉଣ୍ଟକୁ ଟଙ୍କା ଯିବ । ୧୭ ତାରିଖ ପରେ ବି ଲୋକେ ଆବେଦନ କରିପାରିବେ । ନିଶ୍ଚିତ ଟଙ୍କା ପାଇବେ । ବାହାରେ ଥିଲେ ବି ଯେବେ ଆସି ଆବେଦନ କଲେ ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ କିଛି ସୁଭଦ୍ରା ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ ଆସୁଛି ।  ତାହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ତେବେ ଏଭଳି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି । ସେହିପରି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ହିତାଧିକାରୀଙ୍କୁ ଫୋନ କଲ ଯାଉନାହିଁ ।  ସରକାରଙ୍କ ପକ୍ଷରୁ  ଫୋନ କଲ କି ଲିଙ୍କ କୌଣସି ହିତାଧିକାରୀଙ୍କ ପାଖକୁ ଯିବ ନାହିଁ । ଯଦି କିଛି ଲିଙ୍କ ଆସୁଛି ତେବେ ଏହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ଏନେଇ ସତର୍କ ରହିବା ସହ କୌଣସି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା ଅପିଲ କରିଛନ୍ତି । ଏଥିସହ କାହାକୁ କାହାକୁ ନିଜର ଆକାଉଣ୍ଟ ନମ୍ବର କି ଏଟିଏମ ଡିଟେଲ୍ସ ନଦେବାକୁ କହିଛନ୍ତି । ସୁଭଦ୍ରା ପାଇଁ ଫର୍ମରେ ଆଦେବନ କରିବା ସହ ଇ-କେୱାସି ଦେଲେ ଟଙ୍କା ସୁନିଶ୍ଚିତ ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । 

Post Views: 27
Tags: Even if you don't get 1 rupee
Share201Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In