• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ: ଅନିଲ ବିଶ୍ୱାଳ

by Voice of Victims
March 11, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ଦେଶରେ ଇଣ୍ଡି ମେଂଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ । ସାରା ଦେଶ ଡିଲିମିଟେସନ ସପକ୍ଷରେ ଥିବା ବେଳେ ତାମିଲନାଡୁର ଶାସକ ଦଳ ଡିଏମକେ ସେମାନଙ୍କର ଚିରାଚରିତ ବିଭାଜନକାରି ଏଜେଣ୍ଡାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ଏଥିରେ ବିଜୁ ଜନତା ଦଳ ମଧ୍ୟ ସାମିଲ ହେବା ପ୍ରମାଣିତ କରୁଛି ଯେ ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ । ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ବିଜେଡି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଓଡିଶା ରାଜନୀତିକୁ ତାମିଲକରଣର କରିବାର ଅପଚେଷ୍ଟାର ଜବାବ ଚଳିତ ନିର୍ବାଚନରେ ଓଡିଶାର ଲୋକେ ଦେଇଥିଲେ । ଆଜି ନବୀନ ବାବୁ ବିଧାନସଭା ନଯାଇ ଘରେ ରହି ତାମିଲନାଡୁର ଶାସକଦଳ ଡିଏମକେର ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କୁ ଭେଟିବା ପ୍ରମାଣିତ କରୁଛି ଯେ ନବୀନ ବାବୁ ଏବେ ବି ତାମିଲଛାପରୁ ମୁକ୍ତି ପାଇପାରିନାହାନ୍ତି । ଡିଲିମିଟେସନ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ । ଦେଶର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟକରିସାରିଛନ୍ତି ଯେ ସମସ୍ତ ରାଜ୍ୟର ଲୋକସଭା ଆସନ ସଂଖ୍ୟା ବଢିବ ପଛେ କାହାର କମିବ ନାହିଁ । ତେଣୁ ଡିଲିମିଟେସନ ବିରୋଧରେ ଅପପ୍ରଚାର କରି କିଛି ରାଜନୈତିକ ଦଳ ଏହାର ବିରୋଧ କରି ଏହାକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଓଡିଶା ସବୁବେଳେ ଜାତୀୟ ସ୍ରୋତରେ ସାମିଲ ରହିଆସିଛି । ଦେଶରେ ଡିଏମକେ ଭଳି ଦଳମାନେ ସବୁବେଳେ ଜାତୀୟ ସ୍ରୋତର ବିରୋଧରେ ଯାଇଛନ୍ତି । ବିଜୁ ଜନତା ଦଳ ସେମାନଙ୍କ ସହିତ ହାତ ମିଳାଇଛି କି, ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Post Views: 47
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In